ଗ୍ରାସୀମ ଇଣ୍ଡୋଷ୍ଟ୍ରୀ ତରଫରୁ କରୋନା ସଚେତନତା ଓ ତିନଟି ବନ୍ଦ ସଫେଇ

ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ କରୋନା ରୁ ରକ୍ଷା ପାଇବା ନିମନ୍ତେ ସଚେତନତା କରାଯିବା ସହ ଓ ତିନଟି ବନ୍ଦ ସଫା କରାଯାଇଛି ।ଗଞ୍ଜମ ବ୍ଲକ ର କାଇଁଛପୁର ପଞ୍ଚାୟତ ର ମାଳିଜଗନ୍ନାଥ ପୁର, ଓ କଲ୍ୟାଣ ପୁର ଗ୍ରାମରେ କରୋନା ସଂକ୍ରମଣ ରୁ ରକ୍ଷା ପାଇବା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଗ୍ରାସୀମ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି ଯୋଗଦେଇ ପ୍ରତିଦିନ ସାବୁନ ରେ ଭଲ କରି ଚାରି ରୁ ପାଞ୍ଚ ଥର ହାତ ଧୋଇବ , ସନିଟାଇଜର ବେବହାର କରିବା, ଥଣ୍ଡା, ଖାସ ହେଲେ ଡାକ୍ତର ଙ୍କ ପରାମର୍ଶ ନେବା, ନିଜ ଅଞ୍ଚଳ ସଫା ରଖିବା କୁ ବୁଝାଇ ଥିଲେ । ଏହି ଅବସରରେ ହୋମିଓପ୍ୟାଥିକ ଡାକ୍ତର ବୈଦ୍ୟନାଥ ପ୍ରଧାନ ଉପସ୍ଥିତ ଥିବା ୩୬୪ ଜଣଙ୍କର ରକ୍ତନମୂନା ପରୀକ୍ଷା କରିଥିଲେ । ଏହାକୁ ଗ୍ରାସିମ୍ର ର ସିଏସ୍ ଆର ଅଧିକାରୀ ସୁଶାନ୍ତ କୁମାର ଦାସ ପରିଚାଳନା କରିଥିଲେ । ସେହିପରି ଗଞ୍ଜାମ ଏନଏସି ର ଦୂଷିତ ହୋଇ ରହିଥିବା ଦୂର୍ଗା ଦେବୀ ସାହି ଓ ଚୋଉଧିରି ସହି ମଝିରେ ଥିବା ଖାଇଲା ବନ୍ଦ, ଆଖଡା ବନ୍ଦ ସାହିରେ ଥିବା ଆଖଡା ବନ୍ଦ, ଓ ବଡ଼ବଜାର ସରକାରୀ ମେଡିକାଲ ନିକଟ ରେ ଥିବା ରାମେୟା ବନ୍ଧ ପ୍ରମୁଖ ତିନଟି ବନ୍ଧ କୁ ଗ୍ରାସୀମ କମ୍ପାନୀ ତରଫରୁ ସଫାକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ