ଗ୍ରାସୀମ ତରଫରୁ ମଧୁମୟ ରୋଗ ଓ ରକ୍ତଚାପ ପରୀକ୍ଷା
ଗଂଜାମ ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଘଇଉ ଅନ୍ତର୍ଗତ ଦୂର୍ଗାଦେବୀ ସାହି ସ୍ଥିତ ଗଂଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ୟ୍ୟଳୟ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି । ଗଂଜାମ ଗ୍ରାସୀମ ଇଣ୍ଡୋଷ୍ଟି ଆନୁକୂଲ୍ୟରେ ଓ ବରିଷ୍ଠ ନାଗରିକ ପରିଷଦ ସହଯୋଗ ରେ ଏକ ମଧୁମୟ ରୋଗ ଓ ରକ୍ତ ଚାପ ପରୀକ୍ଷା ଶିବିର ଅନୁଷ୍ଠିତ ହେବା ସହ ଦୁଇ ଜଣ ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଙ୍କ ପୌରହିତ ରେ ଅନୁଷ୍ଠିତ ଶିବିରକୁ ଗ୍ରାସୀମ କମ୍ପାନୀ ର ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି ଉଦଘାଟନ କରିଥିଲେ । ଅତିଥି ରୂପେ ବ୍ରହ୍ମପୁର ସରକାରୀ ମେଡିକାଲ ର ମେଡ଼ିସିନ ପ୍ରଫେସର ଡାକ୍ତର ଚନ୍ଦନ କୁମାର ଗନ୍ତାୟତ, ଗ୍ରାସୀମ କମ୍ପାନୀ ର ମେଡିକାଲ ଅଫିସର ଗ.କ ବିଶୋଇ, ଅଧିକାରୀ ସୁଶାନ୍ତ କୁମାର ଦାସ, ଯୋଗଦେଇଥିଲେ ।ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଗୌରୀଶଙ୍କର ପାଢ଼ୀ କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ବାବାଜୀ ପଣ୍ଡା, ଓ ବିଷ୍ଣୁ ପ୍ରିୟା ଗୌଡ଼ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମଧୁମୟ ରୋଗ ଓ ରକ୍ତ ଚାପ ପରୀକ୍ଷା କରାଯାଇଥିଲା ଏଥିରେ ଫାର୍ମାସିଷ୍ଟ ଅରୁଣ କୁମାର ପ୍ରଧାନ , ଅଭିନାଶ କୁମାର, ସହଯୋଗ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ପରିଷଦ ର ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସଭ୍ୟ ଦେବେନ୍ଦ୍ର କୁମାର ପଣ୍ଡା, କିଶୋର ମହାପାତ୍ର, ଜଗବନ୍ଧୁ ଦାଶ, ,ପତିତପାବନ ମହାପାତ୍ର ,ରାମକୃଷ୍ଣ ଆଚାର୍ୟ୍ୟ, ବୃନ୍ଦାବନ ପାଣିଗ୍ରାହୀ, ନବକୃଷ୍ଣ ପଣ୍ଡା, ବିନୋଦ ଚନ୍ଦ୍ର ମହାପାତ୍ର ତ୍ରିନାଥ ପାଣିଗ୍ରାହୀ, ଅଭିଗୌଡ଼, ନରସିଂହ ପଣ୍ଡା, ଟୁନାମହାପାତ୍ର, ନରସିଂହ ମହାପାତ୍ର, ବୃନ୍ଦା ବନ ପଣ୍ଡା,ନବକୃଷ୍ଣ ମହାପାତ୍ର ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ସ୍ୱେଚ୍ଛାସେବୀ ପୂର୍ଣଚନ୍ଦ୍ର ପଣ୍ଡା ଙ୍କ ସମେତ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।