ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ପାରଳାଖେମୁଣ୍ଡି ,(ଯୁଗାବ୍ଦ ନ୍ୟୁଜ୍) :ସ୍ଥାନୀୟ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ୨୭ ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମୋନଦ ରଞ୍ଜନ କୁମାର ଦଳାଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରିକ୍ଷକ ତଥା ପିଲାଙ୍କ ଜାତୀୟ ବି ।ନ କଂଗ୍ରେସର ଜିଲ୍ଲା ସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକ ଯୋଗ ଦେଇ ଏକ ସ୍ୱଚ୍ଛ ,ସବୁଜ , ସୁସ୍ଥରାଷ୍ଟ୍ର ଗଠନ ନିମନ୍ତେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଅନ୍ୱେଷଣ ବିଷୟ ବସ୍ତୁକୁ ଆଧାର କରି ନିଜର ଆଂଚଳିକ ସମସ୍ୟାକୁ ଅନୁଧ୍ୟାନ କରି ଏବଂ ତଥ୍ୟ ସଂଗ୍ରହ କରି ବୈ ।ନିକ ପ୍ରଣାଳୀରେ ତାହାର ସରଳ ସମାଧାନ ହୋଇପାରୁଛି ।ଅତିଥିଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାସ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ର୍ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରି ଆଂଚଳିକ ସମସ୍ୟାର ସମାଧାନ କରିବା ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସଫଳ ହୋଇପାରିବ ବୋଲି କହିଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଲାନନ୍ଦ ରଥ ,ମହିଳା ବିଦ୍ୟାଳୟର ଅଧାପିକା ସଂଯୁକ୍ତା ପାତ୍ର ,ଓ ନିବେଦିତା ମାଝି ,ବିଚାରକ ଭାବେ ଯୋଗ ଦେଇଥିଲେ ।ଏହି ପ୍ରତିଯୋଗିତାରେ ୫୦ ଟି ପ୍ରକଳ୍ପ ବିଚାରକ ,ମାନଙ୍କ ଦ୍ୱାରା ରାଜ୍ୟ ସ୍ତର ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୫୭ ଟି ପ୍ରକଳ୍ପ ବିସୟରେ ଉପସ୍ଥାପନାକରିଥିଲେ । ଏଥି ମଧ୍ୟରୁ ୫ ଟି ପକଳ୍ପ ବିଚାରକ ମାନଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିବା ବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ଏକାଡେମିକ ସଂଯୋଜକ ବାଳକୃର୍ଷ୍ଣ ମାଝି ,ବରିଷ୍ଠ ଶିକ୍ଷକ ବି ବୃନ୍ଦାବନ ରାଓ ,ସୁଲତା ଶୁଭଦର୍ଶିନୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ