ଗ୍ରାହକଙ୍କୁ ୨୫ଠକୋଟିର ଚୁନ ଲଗାଇଲା ପିଆଣ୍ଡଜି
ନୂଆଦିଲ୍ଲୀ, (ଏଜେନ୍ସି): ଏଫ୍ଏମ୍ସିଜି କମ୍ପାନୀ ପ୍ରାକ୍ଟର ଆଣ୍ଡ ଗ୍ଲୋବାଲ (ପିଆଣ୍ଡଜି) ପାଖାପାଖି ୨୫୦କୋଟି ଟଙ୍କା ଲାଭର ଠକେଇ କରିଛି । ଜିଏସ୍ଟି ହାର କମିବା ପରେ ବି ଗ୍ରାହକଙ୍କୁ ଲାଭ ନଦେବା କାରଣରୁ କମ୍ପାନୀକୁ ଜିଏସ୍ଟି ଶାଖା ପକ୍ଷରୁ ଦେଷୀ ଆଖ୍ୟା ଦିଆଯାଇଛି । କମ୍ପାନୀ ବିଭିନ୍ନ ଉତ୍ପାଦରେ ଜିଏସ୍ଟି ହାର କମିବାର ଲାଭ ଗ୍ରାହକଙ୍କୁ ନଦେଇ ନିଜେ ରଖିଥିବା ଅଭିଯୋଗ ହୋଇଥିଲା । ଯାଞ୍ଚ ପରେ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପିଆଣ୍ଡଜି ୱାଶିଂ ପାଉଡ଼ର, ସାମ୍ପୋ ଓ ଟୁଥ୍ବ୍ରସ୍ ପରି ନିତ୍ୟବ୍ୟବହାର୍ଯ୍ୟ ଉତ୍ପାଦ ପ୍ରସ୍ତୁତ କରିଥାଏ । ସ୍ଥାୟୀ ସମିତି ସମ୍ମୁଖରେ ଦାଏର କରାଯାଇଥିବା ଅଭିଯୋଗ ଆଧାରରେ ଲାଭଖୋର୍-ରୋଧି ମହାନିର୍ଦ୍ଦେଶାଳୟ (ଡିଜିଏପି) ପିଆଣ୍ଡଜି ଆକାଉଣ୍ଟର ଯାଞ୍ଚ୍ କରାଯାଇଥିଲା । ଏଥିରେ ନଭେମ୍ବର ୧୫ ୨୦୧୭ପୂର୍ବରୁ ଏବଂ ପରେ ଆକାଉଣ୍ଟର ଯାଞ୍ଚ୍ କରାଯାଇଛି । ଯାଞ୍ଚ୍ରୁ କମ୍ପାନୀର ଅନେକଗୁଡ଼ିଏ ଉତ୍ପାଦରେ ଜିଏସ୍ଟି ହାର ୨୮%ରୁ ହ୍ରାସ୍ ପାଇ୧୮% କରାଯାଇଛି । ହେଲେ କମ୍ପାନୀ ଏହା ପରେ ମଧ୍ୟ ଉତ୍ପାଦର ମୂଲ୍ୟ ହ୍ରାସ୍ କରିନାହିଁ । ଡିଜିଏପିର ରିପୋର୍ଟରେ କୁହାଯାଇଛି ଯେ ପିଆଣ୍ଡଜି ୨୫୦କୋଟି ଟଙ୍କାର ଲାଭ ଆୟ କରିଛି । ରାଷ୍ଟ୍ରୀୟ ଲାଭଖୋର୍-ରୋଧି ପ୍ରାଧିକରଣ ଏବେ ଏହା ଉପରେ କମ୍ପାନୀର ପକ୍ଷ ଶୁଣି ଅନ୍ତିମ ନିର୍ଣ୍ଣୟ ଦେବ । ତେବେ କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ କମ୍ପାନୀ ସର୍ବଦା ଜିଏସ୍ଟିରେ ହ୍ରାସ୍ର ଲାଭ ଗ୍ରାହକଙ୍କୁ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏସମ୍ବନ୍ଧରେ କମ୍ପାନୀ ବିଜ୍ଞାପନ ମାଧ୍ୟମରେ ସମସ୍ତଙ୍କୁ ସୂଚନା ଦେଇଥିବା ମଧ୍ୟ କହିଛନ୍ତି । ପ୍ରକାଶ ଯେ ଜିଏସ୍ଟି ପରିଷଦ ୨୦୧୭ ବୈଠକ ପରେ ନଭେମ୍ବର ୧୫ ପରେ ୧୭୮ସାମଗ୍ରୀରେ ଜିଏସ୍ଟି ହାର ହ୍ରାସ୍ କରିଥିଲେ । ଏଥିରେ ୱାଶିଂ ପାଉଡ଼ର୍, ସାମ୍ପୋ ଓ ଦାନ୍ତକୁ ସୁସ୍ଥ ରଖିବା ସହିତ ସମ୍ପୃକ୍ତ ବିଭିନ୍ନ ଉତ୍ପାଦ ଉପରେ କର ହାରକୁ ୨୮% ରୁ ହ୍ରାସ୍ କରି ୧୮% କରାଯାଇଥିଲା ।
୨ଠ ହଜାରରୁ ଊଦ୍ଧ୍ୱର୍ କ୍ୟାସ୍ ଟ୍ରାଞ୍ଜାକସ୍ନକାରୀଙ୍କୁ ନୋଟିସ