ଗ୍ରାହକ ଙ୍କ ଟଙ୍କା ଖାଇଗଲେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର

ନିମାପଡ଼ା, (ସନ୍ତୋଷ ଦାଶ):ସାଧାରଣ ଲୋକଟିଏ ନିଜ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ଙ୍କ ଦ୍ଵାରା ପରିଚାଳିତ ଡାକ ବିଭାଗ ରେ ଟଙ୍କା ସଂଚୟ କରିଥାନ୍ତି କିନ୍ତୁ ଡାକ କର୍ମଚାରୀ ଯଦି ସାଧାରଣ ଲୋକଙ୍କ ଟଙ୍କାକୁ ସମ୍ପୂର୍ଣ ହଡପ କରିନେବେ ତେବେ ସାଧାରଣଲୋକ ମାନେ କାହାକୁ କହିବେ। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ପଂଚାୟତ ଅଧୀନ ନୂଆଗଡ ଡାକ ବିଭାଗ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପ୍ରିୟବ୍ରତ ଦାସ ଙ୍କ ବିରୁଦ୍ଧରେ । ସାଧାରଣ ଲୋକେ ସୁକନ୍ୟା ଓ କେ ୟାଇ ସି ଯୋଜନା ରେ ଟଙ୍କା ଥୋଇଥିବା ବେଳେ ସେମାନଙ୍କ ଡିପୋଜିଟ ଟଙ୍କାକୁ ସେମାନଙ୍କ ଖାତା ରେ ଜମା ନ କରି ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସବୁ ଟଙ୍କା କୁ ହଡ଼ପ କରି ନେଇଥିବା ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି। ସାଧାରଣ ଲୋକ କିପରି ନିଜ ଟଙ୍କା ପାଇବେ ଆଶା ଆଶଙ୍କା ରେ ରହିଥିବା ବେଳେ ଉତ୍ୟକ୍ତ ହୋଇ ସମସ୍ତ ଡ଼ାକ କର୍ମଚାରୀ ଙ୍କୁ କାର୍ଯ୍ୟାଳୟ ରେ ତାଲା ପକାଇ ଦେଇଥିଲେ।ଖବର ପାଇ ଅସ୍ତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଉତ୍ୟକ୍ତ ଲୋକଙ୍କ କବଳ ରୁ ଡ଼ାକ ବିଭାଗ କର୍ମଚାରୀ ମାନଙ୍କୁ ଉଦ୍ଧାର କରିଥିଲେ। ତଦନ୍ତ କରାଯାଇ ଲୋକମାନଙ୍କ ଟଙ୍କା ହଡ଼ପ କରିଥିବା ଡ଼ାକ କର୍ମଚାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ