ଗ୍ରାହକ ସଚେତନତା କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଆଜି ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରିଜର୍ଭ ବ୍ୟାଙ୍କ ଦ୍ଵାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ଅନୁସାରେ ସମନ୍ବିତ ଲୋକପାଳ ଯୋଜନା କୁ ନେଇ ଵିଭିନ୍ନ ଆଲୋଚନା ହୋଇଥିଲା।ଵିଶେଷ କରି ଗ୍ରାହକ ମାନେ କେଉଁ ଭଳି ଠକାମୀର ଶିକାର ନହେଵେ ସେ ନେଇ ଵୈଠକରେ ସଚେତନତା ସୃଷ୍ଟି କରାଯାଇଥିଲା।ସଂପ୍ରତି ମିଛ ଫୋନ୍ କଲ ଯୋଗୁଁ ଗ୍ରାହକ ବନ୍ଧୁ ମାନେ ଠକାମୀର ଶିକାର ହେଉଥିବା ଦେଖାଯାଉଛି।ତେଣୁ ଏହା ଉପରେ ଗ୍ରାହକ ମାନେ ସଚେତନ ହେବାକୁ ଵ୍ୟାଙ୍କ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଵିଡିଓ ଦେବଦତ୍ତ ଦାସ,ଜିପିଓ ମୀନକେତନ ବାରିକ,ସରସଦା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଗୁରୁ ପ୍ରସାଦ ବେହେରା,ମିନାକ୍ଷୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ୮୦ରୁ ଅଧିକ ଗ୍ରାହକ ଯୋଗ ଦେଇଥିଲେ।