ଗ୍ରିନ୍ ସିଟି ମିଶନ୍ କାର୍ଯ୍ୟକ୍ରମ : କୋଦଳା ଏନଏସି ରେ ବୃକ୍ଷରୋପଣ

କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଗ୍ରୀନ୍ ସିଟି ମିଶନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏନ୍ଏସି ର ବେଲପଡ଼ା ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ବ୍ଲକ ହର୍ଟିକଲଚର୍ ପକ୍ଷରୁ ଯୋଗାଇ ଦିଆଯାଇଥିବା ନଡିଆ ଚାରା ଗୁଡିକ ବେଲପଡ଼ା ସ୍ଥିତ ପୋଖରୀ ହୁଡ଼ାରେ ରୋପଣ କରାଯାଇଥିଲା । ଗଂଜାମ ଜିଲ୍ଲାରେ ପ୍ରତି ସୋମବାର ଜଳ ସ୍ୱଚ୍ଛତା ଦିବସ ପାଳନ କରାଯାଉଥିବା ବେଳେ ଆଜି ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ସହ ଜଳ ସ୍ୱଚ୍ଛତା ଦିବସ ମଧ୍ୟ ପାଳନ କରାଯାଇଥିଲା ।ପୋଖରୀ ଗୁଡିକ କିପରି ସ୍ୱଚ୍ଛ ରଖାଯିବା ସହ ପୋଖରୀ ହୁଡ଼ାରେ ବୃକ୍ଷ ରୋପଣ କରାଯିବାକୁ ପ୍ରାଧାନ୍ୟ ଦିଆଯାଉଛି। ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବା ସହ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ସୃଷ୍ଟି କରାଯିବା କ୍ଷେତ୍ରରେ ଅହରହ ଉଦ୍ୟମ କରାଯିବ ବୋଲି ଏନଏସି ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହି ପିଟ୍ ଖନନ କରିବା ସହ ନଡିଆ ଚାରା ଗୁଡିକୁ ରୋପଣ କରିଥିଲେ। ଚାରା ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ଏନ୍ଏସି ର ଅନ୍ୟ ଓ୍ବାର୍ଡ ଗୁଡିକରେ ମଧ୍ୟ ବୃକ୍ଷ ରୋପଣ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଂଜିତା ସେଠୀ, ସମସ୍ତ କାଉନସିଲର, ଏନ୍ଏସି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ତହସିଲଦାର ସଶ୍ମିତା ଶତପଥୀ, ସଫେଇ କର୍ମଚାରୀ, ଉଦ୍ୟାନ ବିଭାଗର କର୍ମଚାରୀ, ମୁକ୍ତା ଟିମ୍, ଜଳ ସାଥି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ