ଗ୍ରୀନ ପିସ ଭିଲେଜ ଫାଉଣ୍ଡେସନ ତରଫରୁ ଖାଦ୍ୟ ବଣ୍ଟନ, ସାନିଟାଇଜର କରଣ
ଗଞ୍ଜାମ, (ୱାଇଏନ୍ଏସ୍) : ଗଞ୍ଜାମ ବ୍ଳକ ଅନ୍ତର୍ଗତ ବୁରୁଡ଼ି ସ୍ଥିତ ଗ୍ରୀନପିସ ଭିଲେଜ ଫାଉଣ୍ଡେସନ ତରଫରୁ କରୋନା ମୁକାବିଲା ପାଇଁ ବ୍ୟାପକ ସଚେତନତା କରାଯିବା ସହ ପ୍ରଶାସନ ର ସହଯୋଗ ରେ ବିଭିନ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ , ସାନିଟାଇଜର କରାଯାଇଥିବା ଦେଖା ଯାଇଛି । ଅନୁଷ୍ଠାନ ର ପ୍ରତିଷ୍ଠାତା ପପି ଭାଇ ଉପଦେଷ୍ଟା ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ରୋହିତ କୁମାର ସାହୁ, ବିଘ୍ନ ରାଜ ନାହାକ, ପ୍ରତାପ ନାହାକ , ସହ ଉପଦେଷ୍ଟା ପ୍ରଶାନ୍ତ ଦାସ ଙ୍କ ତ୍ୱତାବଧାନରେ ସ୍ୱେଚ୍ଛାସେବୀ ମମତା ଦାଶ ସୁଜୟନାହାକ, ଆଲୋକ, ସର୍ବେଶ୍ୱର, ଅଦେଶ, ଭାସ୍କର ଗୋପୀନାଥ ପ୍ରମୁଖ ରମ୍ଭା ଏନଏସି ରେ ଆଠ ଦିନ ଧରି ଶହେରୁ ଉର୍ଦ୍ଧ୍ବ , ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଏବଂ ବିରୁଳିଗଡ଼, ଖଣ୍ଡିଦେଉଳି, ବହାଡ଼ାପଲ୍ଲୀ ଗ୍ରାମର ଚଉଦ ଟି ପରିବାର କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସେହିପରି ବିଭିନ ଗ୍ରାମରେ ଘର, ସରସକାରୀ କାର୍ୟ୍ୟଳୟ, ମନ୍ଦିର କୁ ସାନିଟାଇଜର କରିଥିଲେ । ବାହାରେ ବୁଲୁଥିବା ଅସହାୟ, ପାଗଳ, ଭିକାରି ଲୋକଙ୍କୁ ଖାଦ୍ୟ ବଣ୍ଟନ ସହ, ଗାଈ, କୁକୁର ଙ୍କୁ ଖାଇବା ଦେଇଥିଲେ । ଲୋକଙ୍କୁ ମାସ୍କ, ବି ବଣ୍ଟନ କରିଥିଲେ । ଗାଁ, ଗାଁ ବୁଲି ଘରୁ ନ ବାହାରିବା, ସମଦୁରତା ରକ୍ଷା କରିବା, ମାସ୍କ ପିନ୍ଧିବା, ବାହାରେ ଛେପ ନ ପକାଇବା ନେଇ ଲୋକ ଙ୍କୁ ସଚେତନତା କରିଥିଲେ । ଅନୁଷ୍ଠାନ ର ଏପରି କାର୍ୟ୍ୟକ୍ରମ କୁ ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି ।