ଗ୍ରୀନ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ସହାୟତା
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିରୁଲିଗଡ ଗ୍ରାମରେ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନ ତରଫରୁ ଗରୀବ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ, ବସ୍ତ୍ର,ଖାତା ଓ ପେନ୍ ବଣ୍ଟନ କରାଯାଇଛି। ଅନୁଷ୍ଟନର ସଭାପତି ପ୍ରକାଶ ନାହାକ ଏବଂ ସଂପାଦକ ଦେବେନ୍ଦ୍ର ନାହାକଙ୍କ, ଉପ ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ଦାସ, ବିକାଶ ନାୟକ ଙ୍କ ଉପସ୍ଥିତିରେ ଗ୍ରାମରେ କିଛି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଛୋଟିଆ ସଭା କରି, ଗରୀବ ଶ୍ରେଣୀର ପିଲାଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ଉକ୍ତ ସଭାରେ ଫାଉଣ୍ଡେସନ ର ସଂପାଦକ ଦେବେନ୍ଦ୍ର ନାହକ ଛାତ୍ର ଛାତ୍ରୀଙ୍କୁ କିଛି ଉପଦେଶ ଦେବା ସହ, ଆଗକୁ କିଛି ସାହଯ୍ୟ ଦରକାର୍ ହେଲେ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନ ସବୁବେଳେ ସହାୟତର ହାତ ବଢ଼ାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନୁଷ୍ଠାନ ର ଉପଦେଷ୍ଟା ବିଘ୍ନରାଜ ଦାସ୍, ପ୍ରତାପ ଚନ୍ଦ୍ର ନାହାକ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବିଶ୍ଵାଳ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଗୋପୀନାଥ, ପ୍ରଭାତ, ଅନିଲ, ନିତ୍ୟାନନ୍ଦ,ଆଲୋକ,ଭାସ୍କର ,ବିଦୁର, ବିକାଶ ନାହାକ, ସିଲୁଦତ ନାୟକ ଏହି କାର୍ଯ୍ୟରେ ସହାୟତା ର ହାତ ବଢ଼ାଇଥିଲେ। ଗ୍ରୀନ ପିସ୍ ଭିଲେଜ
ଫାଉଣ୍ଡେସନ ର ଏଭଳି କାର୍ଯ୍ୟପାଇଁ ବିଭିନ୍ନ ମହଲର ବୁଦ୍ଧିଜୀବୀ ମାନେ ସାଧୁବାଦ୍ ଜଣାଇଥିଲେ।ଏଥିସହିତ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନ ଲୋକଙ୍କ ସେବା ଦୀର୍ଘ ଆଠ ବର୍ଷ ଧରି କରିଆସୁଛି ଓ ଆଗକୁ ମଧ୍ୟ ସେବା କାର୍ଯ୍ୟ ଜାରୀ ରଖିବା ସହ ଜରୁରୀ କାଳୀନ ପରିସ୍ଥିତିରେ ଚବିଶ ଘଣ୍ଟା ସଜାଗ ହୋଇ ରହିଛି ବୋଲି ପ୍ରତିଷ୍ଠାତା ପପି ଭାଈ ପ୍ରତିଶ୍ରୁତି ଦେଇଛନ୍ତି।