ଗ୍ରୋ ନିବେଶ ପ୍ଲାଟଫର୍ମକୁ ଭୁବନେଶ୍ୱରରେ ମିଳିଲା ଆଶାତୀତ ସଫଳତା
ଭୁବନେଶ୍ୱର : ନିବେଶ ପ୍ଲାଟଫର୍ମ ଗ୍ରୋ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଜିରୋ କମିଶନ ନିବେଶ କାର୍ଯ୍ୟକ୍ରମ ‘ଅବ୍ ଇଣ୍ଡିଆ କରେଗା ଇନଭେଷ୍ଟମେଂଟ୍ ଚାପ୍ଟରକୁ ଆଶାତୀତ ସଫଳତା ମିଳିଛି । ଜାନୁୟାରୀ ୧୭ ତାରିଖ ସ୍ଥାନୀୟ ପ୍ରେସିଡେନ୍ସି ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ନିବେଶକାରୀ ଯୋଗ ଦେଇଥିଲେ । ଏହି ୨ ଘଂଟିଆ କାର୍ଯ୍ୟକ୍ରମରେ ମୁଚ୍ୟୁଆଲ ଫଣ୍ଡରେ ନିବେଶ କରାଯିବା ନେଇ ବିଭିନ୍ନ ବିଷୟ ଉପରେ ଅ।।ଲୋଚନା ହୋଇଥିଲା । ନିବେଶରେ ମିଳୁଥିବା ସୁବିଧା ତଥା ଭାରତରେ ମୁଚ୍ୟୁଆଲ୍ ଫଣ୍ଡ ଶିଳ୍ପର ବିକାଶ ଧାରା ଉପରେ ବିଶଦ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାବ ବିନିମୟ ଆଲୋଚନା ମଧ୍ୟ ସମ୍ପନ୍ନ ହୋଇଥିଲା । ଯୁବ ନିବେଶକଙ୍କୁ ନିବେଶ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଏପରେ ଏହି କାର୍ଯର୍୍ୟକ୍ରମରେ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଗ୍ରୋ ର ସିଇଓ ଏବଂ ସହ ପ୍ରତିଷ୍ଠାତା ଲଲିତ କେଶରେ କହିଲେ, ନିଜର ନାମ ଭଳି ଗ୍ରୋ ଲୋକଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ କାର୍ଯ୍ୟ ଧାରା ଜାରି ରଖିଛି । ଏହାର ପ୍ଲାଟଫର୍ମରେ ୪୦ ଲକ୍ଷରୁ ଅଧିକ ୟୁଜର ରହିଛନ୍ତି । ବିଶେଷ ଭାବରେ ଏହା ଯୁବ ନିବେଶକଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚିତି ହାସଲ କରିବାକୁ ସକ୍ଷମ ହୋଇପାରିଛି । ଦେଶର ମେଟ୍ରୋ ସହର ସହିତ ଆମେ ଦ୍ୱିତୀୟ ଶ୍ରେଣୀ ସହରରେ ୟୁଜର ବୃଦ୍ଧି କରିବାର ଲକ୍ଷ୍ୟ ରଖିଛୁ । ଭୁୂବନେଶ୍ୱରରେ ଆମର ଏକ ଲକ୍ଷରୁ ଅଧିକ ୟୁଜର ରହିଛନ୍ତି । ଗ୍ରୋର ଭୁବନେଶ୍ୱର ଚାପ୍ଟର ବେଶ୍ ସଫଳ ରହିଛି । ଅଗାମୀ ଦିନରେ ଏଠାରେ ଏଭଳି କାର୍ଯ୍ୟକ୍ରମାନ ଆୟାଜନ କରାଯିବାର ଯୋଜନା ରହିଛି ।


