ଗ୍ୟାଙ୍ଗଷ୍ଟର ଟିଟୋ ଘରେ ଚଢାଉ କରି ଦୁଇ ଭାଇଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ
କେନ୍ଦ୍ରପଡା : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଘରେ ବୁଧବାର ଭୋର ୪ ଟା ସମୟରେ ଦିଲାଲପୁର କୋଠା ଘର ଉପରେ ଚଢାଉ କରି ଟିଟୋର ଦୁଇ ଭାଇଙ୍କୁ ଜେରା ପାଇଁ ଉଠାଇନେଇଛି କ୍ରାଇମ ବ୍ରାଞ୍ଚ । ଟିଟୋର ଅସାଧୁ ବ୍ୟବସାୟ କାରବାରରେ ଦୁଇ ଭାଇଙ୍କ ସଂପୃକ୍ତି ଥିବା କ୍ରାଇମବ୍ରାଞ୍ଚ ପାଖରେ ସୂଚନା ଥିଲା । ତିନି ଜଣଙ୍କୁ ଉଠାଇନେଇ ଭୂବନେଶ୍ୱର ଠାରେ ତଦନ୍ତ ଜାରୀ ରଖିଛି ।