ଗ୍ୟାସ ଟାଙ୍କି ଫାଟି ଗୃହ ପୋଡି ପାଉଁଶ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ତହସିଲ ଅଧିନସ୍ଥ ବିଶୋଇ ବାଇପାସ୍ ରାସ୍ତା ପାର୍ଶ୍ବରେ ଥିବା ଏକ ଚାଳ ଘରେ ବୁଧବାର ଦିନ । ସଂଧ୍ୟାରେ କୌଣସି କାରଣରୁ ଗ୍ୟାସ ଟାଙ୍କିରେ ଫାଟି ଘରେ ନିଆଁ ଲାଗିଯିବାରୁ ସହ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣା ସମୟରେ ଘର ମାଲିକାଣୀ ସେବତୀ ପାତ୍ର ଏବଂ ତାଙ୍କର ପୁଅ ବାହାରକୁ ଯାଇଥିଲେ ।ପରେ ପହଞ୍ଚିଲା ବେଳକୁ ସବୁ ଛାରଖାର ହୋଇଯାଇଛି ।ଖବର ପାଇ ଗୁରୁବାର ଦିନ ଅପରାହ୍ନରେ ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ପିଡିତା କାନ୍ଦି କାନ୍ଦି କୋହଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଥିଲେ । ପିଡିତା ପରିବାରଙ୍କୁ ସମବେଦନା ଜଣାଇଥିଲେ ।ତଦ ସହ କିଛି ରେସନ ସାମଗ୍ରୀ ଓ ଲୁଗାପଟା ପିଡିତା ସେବତୀଙ୍କୁ ଦେଇଥିଲେ ।ପରେ ବିଶୋଇ ତହସିଲଦାରଙ୍କୁ ଘଟଣାସ୍ଥଳକୁ ଡକାଇ ପ୍ରଶାସନିକ ସ୍ତରରେ ଏଭଳି ବିପର୍ଯ୍ୟୟ ସମୟରେ ଯାହାକିଛି ସହାୟତା କରାଯାଇପାରିବ ତାହା କରିବା ପାଇଁ କହିଥିଲେ । ସେବତୀଙ୍କ ଏଭଳି ଦୁଃଖଦ ସମୟରେ ମମତା ମାଡାମଙ୍କ ତତକ୍ଷଣାତ୍ ପଦକ୍ଷେପକୁ ସାଧାରଣ ରେ ପ୍ରଶଂସା କରାଯାଇଛି ।


