ଗ୍ୟାସ ଲିକ୍ ହୋଇ ଦମ୍ପତି ଗୁରୁତର
ବେଲଗୁଣ୍ଠା- (ଯୁଗାବ୍ଦ ନ୍ୟୁଜ )-ରୋଷେଇ କରିବା ପାଇଁ ଗ୍ୟାସ ଚୁଲାରେ ଅଗ୍ନି ସଂଯୋଗ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ପ୍ରଥମେ ସ୍ତ୍ରୀ ପୋଡି ଯାଉଥିଲେ ।ତାଙ୍କୁ ବଞ୍ଚାଇ ବାକୁ ଯାଇ ସ୍ୱାମୀ ବି ଗୁରୁତର ଆହତ ହୋଇଥିଲେ ।ଉଭୟଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ,ବ୍ରହ୍ମପୁର ଓ ବର୍ତ୍ତମାନ କଟକ ମେଡିକାଲରେ ଦମ୍ପତି ଙ୍କୁ ଚିକିତ୍ସା କରାଯାଉଛି ।ଖବର ନେବାରୁ ଜଣାପଡିଛି ଯେ,ବେଲଗୁଣ୍ଠା ନିକଟସ୍ଥ ଚଢ଼ିଆପଲୀ ଗ୍ରାମର ନାରୟଣ ମହାରଣାଙ୍କ ସ୍ତ୍ରୀ ଚନ୍ଦ୍ରମା ମହାରଣା ୭ ତାରିଖ ସୋମବାର ରାତ୍ରି ୭.୩୦ ମି ସମୟରେ ରୋଷେଇ କରିବା ପାଇଁ ଗ୍ୟାସ ର ରେଗୁଲେଟର କୁ ଅନ୍ କରି ଚୁଲାରେ ଅଗ୍ନି ସଂଯୋଗ କରିଥିଲେ ।ଗ୍ୟାସ ଟ୍ୟାଙ୍କର ୱାସରଟି ଛିଡି ଯାଇଥିବାରୁ ଗ୍ୟାସ ଲିକ୍ ହୋଇଥିଲା ।ଚନ୍ଦ୍ରମା ଙ୍କ ଦେହରେ ନିଆଁ ଲାଗିଗଲା ।ଚନ୍ଦ୍ରମାଙ୍କ ଚିତ୍କାର ଶୁଣି ସ୍ୱାମୀ ନାରାୟଣ ତାଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ ।ଘରେ ନିଆଁ ଲାଗିଥିବା ଦେଖି ସାହିବାସିନ୍ଦା ବେଲଗୁଣ୍ଠା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ରେ ବ୍ରହ୍ମପୁର ଓ ପରେ କଟକ ବଡମେଡିକାଲକ କୁ ସ୍ଥାନାନ୍ତରିତ କରାଯାଇଥିଲା ।ଚନ୍ଦ୍ରମା ଙ୍କ ବାମ ପଟ ଗୋଡ, ହାତ, ପିଠି ଏହିପରି ଶରୀର ର ୫୦ଭାଗ ପୋଡି ଯାଇଥିବାବେଳେ ତାଙ୍କୁ ବଞ୍ଚାଇ ବା।ପାଇଁ ଯାଇଥିବା ସ୍ୱାମୀ ନାରାୟଣ ଙ୍କ ଗୋଡ ହାତ ସହ ଶରୀର ର୩୦ଭାଗ ପୋଡି ଯାଇଛି ।ପ୍ରକାଶ ଥାଉକି ନାରାୟଣ ଙ୍କ ଘରେ ଏକ ମୋଟରସାଇକଲ ଥିଲା ।ଗ୍ୟାସ ନିଆଁ ଲାଗିଥିବାରୁ ମୋଟରସାଇକଲର ପେଟ୍ରୋଲ ଟ୍ୟାଙ୍କରେ ନିଆଁ ଲାଗିଯାଇଥିଲା ।