ଗଡ଼ିବ ଦୁଇ ଚକିଆ, ଚାରି ଚକିଆ

ଭୁବନେଶ୍ବର : ସାରା ଦେଶରେ ଆରମ୍ଭ ହୋଇସାରିଛି ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍। ଏଥିରେ ଦେଶର ଅର୍ଥ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କେତେକ କ୍ଷେତ୍ରକୁ କୋହଳ କରାଯାଇଛି। ଲକ୍ ଡାଉନ୍‌ରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଲକ୍ ଡାଉନ୍‌ ପାଇଁ ରାଜ୍ୟରେ ଗାଡି ଚଳାଚଳ ନେଇ କଟକଣା ଜାରି କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଏହି କଟକଣା ପ୍ରତ୍ୟାହାର ହୋଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍‌ କରି ଜଣାଇଛନ୍ତି। ରାଜ୍ୟରେ ସମସ୍ତ ପ୍ରକାର ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପରିବହନରେ ଲାଗୁଥିବା ୨ ଚକିଆ ଯାନ ଓ ଚାରି ଚକିଆ ଯାନ ଏଣିକି ସ୍ୱଚ୍ଛନ୍ଦରେ ଚଳାଚଳ କରିପାରିବ। ନିରାପଦ ଭାବେ ଡ୍ରାଇଭିଂ ଓ ସାମାଜିକ ଦୂରତା ଅବଲମ୍ବନ କରିବା ସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ କହିଛନ୍ତି ପୋଲିସ କମିଶନର। ତେବେ ଅନ୍ତଃରାଜ୍ୟ ଯାତ୍ରା ନେଇ ପୂର୍ବ ନିର୍ଦ୍ଦେଶାବଳୀ ପୂର୍ବଭଳି ବଳବତ୍ତର ରହିଛି ବୋଲି ସେ ଜଣାଇଛନ୍ତି । ସୂଚନାଯୋଗ୍ୟ ଗତକାଲି ଲକ୍‌ ଡାଉନ୍‌ ୪.୦କୁ ନେଇ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ