ଘଟଗାଁସ୍ଥିତ ମନୋହରପୁର ଗାଁରେ ଧରାପଡିଲେ ଛେଳି ଓ ଗୋରୁ ଚୋର
ଘଟଗାଁ,(ନାରାୟଣ ପଲାଇ):ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗାଁରେ ଗତକାଲି ରାତିରେ ଦୁଇଜଣ ଛେଳି ଓ ଗୋରୁ ଚୋରଙ୍କୁ ଚୋରି କରୁଥିବା ସମୟରେ ଧରିବା ସହିତ ଆଜି ସକାଳେ ଘଟଗାଁ ପୋଲିସ୍କୁ ହସ୍ତାନ୍ତର କରିଛନ୍ତ ଗ୍ରାମବାସୀ । ଗ୍ରାମବାସୀଙ୍କ କହିବା ଅନୁସାରେ ଗତ କିଛି ଦିନ ହେବ ଗାଁରେ ପ୍ରତ୍ୟେକ ଦିନ ଛେଳି ଓ ଗୋରୁ ଚୋରି ହେଉଥିବା ଅଭିଯୋଗ ଆସୁଥିଲା । ଯାହାଫଳରେ ଗାଁଲୋକେ ରାତିରେ ଚୋରମାନଙ୍କୁ ଧରିବା ପାଇଁ ଏକ ଉପାୟ ବାହାର କରି ଗତକାଲି ରାତିରେ ଗ୍ରାମବାସୀ ଲୁଚି ରହିଥିଲେ । ରାତି ପାଖାପାଖି ୧୧ଟା ସମୟରେ ଚୋରମାନେ ଏକ ବୋଲେରୁ ସାହାର୍ଯ୍ୟରେ ଗାଁ ଭିତରକୁ ପ୍ରବେଶ କରିଥିଲେ । ଗୋଟିଏ ସ୍ଥାନରେ ବୋଲେରୁ ଗାଡିଟିକୁ ଷ୍ଟାର୍ଟରେ ରଖି କିଛି ଚୋର ବୋଲେରୋ ଗାଡିରେ ରହି ଦୁଇ ଚୋରଙ୍କୁ ଜଣଙ୍କ ଗୁହାଳକୁ ଗୋରୁ ଚୋରି କରିବା ପାଇଁ ପଠାଇଥିଲେ । ଚୋର ଦୁହେଁ ଗୋରୁ ଚୋରି କରୁଥିବା ସମୟରେ ଗ୍ରାମବାସୀ ଚୋର ଦୁହିଁଙ୍କୁ ଧରିବା ସମୟରେ ବୋଲେରୁରେ ଥିବା ଅନ୍ୟ ଚୋର ମାନେ ଫେରାର୍ ହୋଇଯାଇଥିଲେ । ଧରାପଡିଥିବା ଚୋର ଦୁଇଜଣ ହେଲେ ଚିତରଞନ ଦଳେଇ ଏବଂ ରୁଷିନାଥ ମୁଣ୍ଡା ବୋଲି ଜଣାପଡିଛି । ଗ୍ରାମବାସୀ ଦୁଇ ଚୋରଙ୍କୁ ଧରି ଗତକାଲି ରାତିରେ ଘଟଗାଁ ପୋଲିସ୍କୁ ଖବର ଦେଇଥିଲେ ମଧ୍ୟ ପୋଲିସ୍ ଆଜି ସକାଳେ ଘଟଗାଁ ଏସ୍ଡିଓ ତ୍ରିନାଥ କୁମାର ମଲ୍ଲିକ୍ ତାଙ୍କର ଟିମ୍ଧରି ମନୋହରପୁର ଗାଁରେ ପହଂଚିଥିଲେ । ତେବେ ପୋଲିସ୍ ଜିବାରେ ବିଳମ୍ବ ହେବାରୁ ଘଟଣାସ୍ଥଳରେ ଗ୍ରାମବାସୀ ଏବଂ ପୋଲିସ୍ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା । ପରେ ପରେ ଘଟଗାଁ ପୋଲିସ୍ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତ ଦୁହିଁଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହିତ ଘଟଣା ସମ୍ବନ୍ଧରେ ତଦନ୍ତ ଚଲାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।


