ଘଟଗାଁ ବୃକ୍ଷରୋପଣ ଦୁର୍ନିତି ଘଟଣାରେ କାର୍ଯ୍ୟାନୁଷ୍ଠା ଗ୍ରହଣ କଲେ ଡିଏଫଓ
ଘଟଗାଁ,(ନାରାୟଣ ପଲାଇ):ପୁଣି ବୃକ୍ଷରୋପଣ ନାଁରେ ଦୁର୍ନିତି କରି କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଘଟଗାଁ ବନ ବିଭାଗର ତିନି କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠଅନ ଗ୍ରହଣ କଲେ କେନ୍ଦୁଝର ଡିଏଫ୍ଓ । ସୂଚନା ଅନୁସାରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଘଟଗାଁ ବନଂଚଳରେ କିପରି ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ହେର୍ଫେର୍ ହୋଇଥିଲା ତାର ଖବର ଗତ କିଛିଦିନ ପୂର୍ବରୁ ଆମେ ଆମ ଖବର କାଗଜରେ ଲୋକଲୋଚନକୁ ଆଣିଥିଲୁ । ତାସିତ ସହିତ ବିଭୀନ୍ନ ଗଣମାଧ୍ୟ ଚ୍ୟାନେଲ୍ ଏ ସମ୍ପର୍କରେ ପ୍ରସାରିତ ହୋଇଥିଲା । ଘଟଗାଁ ବନ ବିଭାଗର କିଛି ଅସାଧୁ କର୍ମଚାରୀ କାଗଜ ପତ୍ରରେ ହେର୍ଫେର୍ କରି ମନରେଗା ଯୋଜନାରେ ହୋଇଥିବା ପଥପାଶ୍ୱର୍ ବୃକ୍ଷରୋପଣ କାର୍ଯ୍ୟରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବାର ଦେଖାଯାଇଥିଲା । ତେବେ ଖବର ଜାଣୀବା ପରେ କେନ୍ଦୁଝର ଡିଏଫ୍ଓଙ୍କ ନିର୍ଦ୍ଧେଶରେ ଦୁଇ ଏସ୍ସିଏଫ୍ ଆସି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ଦୁଇ ଏସସିଏଫ୍ ତଦନ୍ତ କରି ରିପୋଟ୍ ପ୍ରଦାନ କରିବା ପରେ କେନ୍ଦୁଝର ଡିଏଫ୍ଓ ଗତକାଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଗାଁ ବନାଂଚଳରେ ହୋଇଥିବା ଦୁର୍ନିତିରେ ସମ୍ପୃକ୍ତ ଥିବା ଗାର୍ଡ ଲାଲ୍ମଣୀ ଜେନାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଫରେଷ୍ଟର୍ ଶ୍ରୀମନ୍ତ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଗାର୍ଡ କ୍ଷଗେଶ୍ୱର ରାଉତଙ୍କୁବଦଳି କରାଯାଇଥିବା କେନ୍ଦୁଝର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି ।


