ଘନ କୁହୁଡି ପଡିବାରୁ ଯାତାୟତ ରେ ଅସୁବିଧା

ନିମାପଡ଼ା, (ସନ୍ତୋଷ ଦାଶ):ଗତ କିଛି ଦିନ ହେବ ପୁରୀ ଜିଲ୍ଲାର ଉପକୂଳବର୍ତ୍ତି କାକଟପୁର , ଅସ୍ତରଙ୍ଗ, ନିମାପଡା, ଗୋପ, କୋଣାର୍କ, ଗୋପ ପ୍ରଭୃତି ଅଞ୍ଚଳ ରେ ଘନ କୁହୁଡି ସାଙ୍ଗ କୁ କୋହଲା ପବନ ପ୍ରବାହିତ ହେଉଛି। ଘନ କୁହୁଡ଼ି ଦିନ ୯/୧୦ ପର୍ଯ୍ୟନ୍ତ ରହୁଥିବାରୁ ଲୋକମାନେ ଯାତାୟାତ ରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁହୁଡ଼ି ଏତେ ଘନ ହେଉଛି ଯେ ଖାଲି ଆଖିକୁ ରାସ୍ତା ଦେଖା ଯାଉନାହିଁ। ଗାଁ ଗଣ୍ଡା ସହର ବଜାର ସବୁ ଆଡ଼େ କୁହୁଡ଼ି ଘେରି ରହୁଛି। ଶୀତ ଋତୁ ରେ ଚାଷୀ ମାନେ କରିଥିବା କୋବି, ଆଳୁ ପ୍ରଭୃତି ପନି ପରିବା ଚାଷ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଚାଷୀ ରଘୁ ବେହେରା। ଘନ କୁହୁଡି ସାଙ୍ଗକୁ ଶୀତ ଲହରୀ ସାଧାରଣ ଲୋକ ଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଘନ କୁହୁଡି ପଡିବାରୁ ଦୁର୍ଘଟଣା ଘଟିବା ଆଶଙ୍କା ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ