ଘରକୁ ଫେରିବାପାଇଁ ବାନ୍ଦ୍ରା ରେଳ ଷ୍ଟେସନରେ ହଜାର ହଜାର ଶ୍ରମିକ ଏକତ୍ରିତ ହେଲେ
ମୁମ୍ବଇ : ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନ ଓ ନିକଟସ୍ଥ ବସ ଟର୍ମିନାଲ ଠାରେ ମଙ୍ଗଳବାର ଅଚାନକ ହଜାର ହଜାର ପ୍ରବାସୀ ଶ୍ରମିକ ମାନେ ଏକତ୍ରିତ ହୋଇଥିଲେ, ଦେଶରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏପରି ଜଣ ଗହଳି ସାଧାରଣରେ ଆତଙ୍କ ଖେଲିଯାଇଛି । ମହାରାଷ୍ଟ୍ର ବର୍ତମାନ ସ୍ଥତିରେ କରୋନାର ହଟ ସ୍ପଟ ହୋଇ ଥିବାବେଳେ ଏପରି ଜନସମୁଦ୍ର ପ୍ରଶାସନ ଓ ସରକାରଙ୍କ କାର୍ଜ୍ୟ ଶୈଳୀ ଉପରେ ସାଧାରଣରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି, ମଙ୍ଗଳ ବାର ସକାଳେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିବା ସତ୍ତ୍ଵ ଏପରି ଘଟିବା ଠିକ ନୁହଁ ବୋଲି ଆଲୋଚନା ହେଉଛି । ଲକଡାଉନ ଘୋଷଣା ଦିନଠାରୁ ବିଭିନ୍ନ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ପଳାଇବାକୁ ଚେଷ୍ଟା କରୁଥିବା ପୂର୍ବରୁ ନଜିର ରହିଛି । ଶ୍ରମିକମାନେ ସେଠାରେ ପହଂଚି ନିଜ ନିଜ ଘରକୁ ଯିବାକୁ ଦାବି କରିବା ଆରମ୍ଭ କରିଥିଲେ। ସେମାନଙ୍କୁ ସେଠାରୁ ହଟାଇବା ପାଇଁ ପୁଲିସ ମୃଦୁ ଲାଠିଚାର୍ଜ କରିବା ସହ ପରିସ୍ଥତିକୁ ଆୟତକୁ ଆଣିବା ସହ ନିକଟରେ ଥିବା ଏକ ଆଶ୍ରୟସ୍ତଳୀରେ କିଛି ଶ୍ରମିକଙ୍କୁ ରଖିବା ସୁବିଧା କରିବା ସହ ଅନ୍ୟମାଙ୍କୁ ସେମାନେ ରହୁଥିବା ବସ୍ତିକୁ ପଠାଇଥିବା ଜଣାପଡ଼ିଛି । ସ୍ଥାନୀୟ ପ୍ରଶାସନ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କର ଏଠାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିବା ସହ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୁତି ଦିଆଯିବା ପରେ ସେଠାରୁ ଗହଳି କମିଥିଳା । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ଶ୍ରମିକମାନଙ୍କ ଖାଦ୍ୟ ପେୟ ପାଇଁ ମହାରାଷ୍ଟ୍ର ସରକାର ସମସ୍ତ ବ୍ୟବସ୍ଥା କରିବେ। ଉଲେଖ ଯୋଗ୍ୟ ଯେ ପଚିମବଂଗ , ବିହାର, ଝାରଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟର ଶ୍ରମିକ ମାନେ ନିଜ ଭୀଟାମାଟିକୁ ଫେରିବା ପାଇଁ ଉଦ୍ୟମ କରିଥିଲେ