ଘରଛାତରୁ ଖସିପଡି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ମୋବାଇଲରୁ ମେସେଜ ପଠାଉଥିବା ବେଳେ ଛାତ ଉପରୁ ତଳକୁ ଖସିପଡି ଶିକ୍ଷୟିତ୍ରୀ ତଥା ସି.ଆର.ସି.ସି. ଶୁଭ୍ରକାନ୍ତି ନାୟକଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦୁତିଆଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ସି.ଆର.ସି.ସି. ଶୁଭ୍ରକାନ୍ତି ନାୟକ ବୁଧବାର ସକାଳ ପ୍ରାୟ ସାଢେ ୭ଟା ସମୟରେ କଳପଡା ଗ୍ରାମସ୍ଥିତ ଘରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କ ନିକଟକୁ ମୋବାଇଲରୁ ମେସେଜ ପଠାଉଥିଲେ । ଘର ଭିତରେ ନେଟ ସମସ୍ୟା ଦେଖାଦେବାରୁ ସେ ଛାତ ଉପରକୁ ଯାଇ ମେସେଜ ପଠାଉଥିଲେ । ଅସାବଧାନତା ବସତଃ ସେ ଛାତ ଉପରୁ ତଳକୁ ଖସିପଡିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ ଅଧିକ ଚାପ ପଡୁଥିବା ଯୋଗୁଁ ସେମାନେ ଏଭଳି ଭାବରେ ସମସ୍ୟାର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡୁଥିବା କେତେକ ଶିକ୍ଷାବିତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ