ଘରଡିହ ପଟ୍ଟା ପାଇଁ ତହସିଲଦାରଙ୍କୁ ଘେରିଲେ ଭୂମିହୀନ ପରିବାର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ତଳି ତଥା ରେମୁଣା ଅଞ୍ଚଳରେ ରେଳ ଧାରଣା ପାଶ୍ୱର୍ରେ ଦୀର୍ଘଦିନ ଧରି ବସବାସ କରୁଥିବା ଭୂମିହୀନ ପରିବାର ଘରଡିହ ପଟ୍ଟା ପାଇଁ ଶୁକ୍ରବାର ରେମୁଣା ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଯୋଗଦେଇ ଭୂମିହୀନ ପରିବାରଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ଭୂମିହୀନ ପରିବାରଙ୍କୁ ଘରଡିହ ପାଇଁ ୪ ଡିସିମିଲ ଲେଖାଏଁ ଜମି ପ୍ରଦାନ ପାଇଁ ସେ ଦାବି କରିଛନ୍ତି । ଏ ବାବଦରେ ରେମୁଣା ତହସିଲଦାର ଉଚିତ ପଦକ୍ଷେପ ନେବା ସହ ଆବେଦନକାରୀ ପରିବାରଙ୍କୁ ତୁରନ୍ତ ଜମିପଟ୍ଟା ଯୋଗାଇ ଦେବାକୁ ଶ୍ରୀ ଜେନା କହିଛନ୍ତି । ନତୁବା ଆଗାମୀ ଦିନରେ ଭୂମିହୀନ ପରିବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଶ୍ରୀ ଜେନାଙ୍କ ନେତୃତ୍ୱରେ ଭୂମିହୀନ ପରିବାରଙ୍କ ପକ୍ଷରୁ ରେମୁଣା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ