ଜିଲା ବାରିକ ସମିତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବାରିକ ସମିତିର ଏକ ବୈଠକ ନୂଆବଜାର ସ୍ଥିତ ଇଭୋକାଶ ମଡ଼ର୍ଣ୍ଣ ସେଲୁନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପ-ସଭାପତି ପରମାନନ୍ଦ ବାରିକ ଏଥିରେ ସଭାପତିତ୍ୱ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ସେଲୁନ କାରିଗର ତଥା ବାରିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସମିତିର ସମ୍ପାଦକ ଶୁଭ୍ରଲୋଚନ ବାରିକ ଏଥିରେ ଯୋଗଦେଇ ଆସନ୍ତା ବାର୍ଷିକ ସମ୍ମିଳନୀ ଆୟୋଜନ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ବୈଠକରେ ଦିନ ଧାର୍ଯ୍ୟ ସହ ଓ ସମ୍ମିଳନୀର ରୂପରେଖ ସ୍ଥିର କରାଯିବା ପାଇଁ ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜେନ୍ଦ୍ର ବାରିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ସଦସ୍ୟ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


