ଘରପୋଡି କ୍ଷତିଗ୍ରସ୍ତଙ୍କୁ ବିଧାୟକଙ୍କ ସହାୟତା

ବୁଗୁଡା – ବୁଗୁଡା ବ୍ଲକ , ଭାଗବାନପୁର ଗ୍ରାମର  ଦେବ ନାୟକଙ୍କ ବାସ ଗୃହ ସହ ସମସ୍ତ ଜିନିଷ ପୋଡି ପାଉଁଶ ହୋଇ ଯାଇଥିଲା।ଖବର ପାଇ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ବିଜେଡି ସଭାପତି ମଦନ ଗୋପାଳ ଦୋରା, ଭାଗବନପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ