ସରିଲା ଝାଡଖଣ୍ଡ ତୃତୀୟ ପର୍ଯ୍ୟାୟ ମତଦାନ
ରାଞ୍ଚି , (ଯୁଗାବ୍ଦ ନ୍ୟୁଜ) : ଝାଡଖଣ୍ଡର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ବିଭିନ୍ନ ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଏହି ପର୍ଯ୍ୟାୟରେ ୧୭ଟି ବିଧାନସଭା ଆସନ ପାଇଁ ଆଠୋଟି ମତଦାନ ଜାରି ରହିଥିଲା । ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ ଅନୁସାରେ ଭୋଟଗ୍ରହଣ ହେଉଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ତା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ମତଦାନ ସାବ୍ୟସ୍ତ କରିବାକୁ ଝାଡଖଣ୍ଡ ବାସୀଙ୍କୁ ଅନୁରୋଧ କରିଥିଲେ । ମିଳିଥିବା ସୁଚନାନୁସାରେ ଅପରାହ୍ନ ୩ଟା ସୁଦ୍ଧା ୫୮ ପ୍ରତିଶତ ମତଦାନ ହୋଇଛି ।


