ଘରଭଙ୍ଗା, ପସଲ ଓ ପଶୁ ସମ୍ପଦ ନଷ୍ଟର ଆକଳନ କରି କ୍ଷତିପୁରଣ ତୁରନ୍ତ କରାଯାଉ ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଘରଭଙ୍ଗା, ଫସଲ ହାନି, ଓ ପଶୁ ସମ୍ପଦ କ୍ଷ୍ୟତିର, ଆକଳନ କରି କ୍ଷ୍ୟତି ପୁରଣ ତୁରନ୍ତ ପ୍ରଦାନ ଜନସାଧାରଣଙ୍କ ଦାବି ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଫୋନେରେ କଥା ହୋଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଗତ କରାଇଛିନ୍ତି I ଫନି ବାତ୍ୟାର କ୍ଷତିଗ୍ରସ୍ତ ପୁରୀ ଜିଲାକୁ ଗସ୍ତ ସମୟରେ କ୍ଷତିଗ୍ରସ୍ତଙ୍କ ସହ କଥା ବାର୍ତା ବେଳେ ଘରଭଙ୍ଗା, ଫସଲ ହାନି, ଓ ପଶୁ ସମ୍ପଦ କ୍ଷ୍ୟତିର, ଆକଳନ ପୂର୍ବ ପ୍ରାକୃତିକ ବିପର୍ଜୟ ବେଳେ ବିଳମ୍ବ ହୋଇଥିବା ଯୋଗୁ ସରକାର ସହାୟତା ମିଳିବା ସମୟରେ ବିଳମ୍ବ ହୋଇଥିବା ନାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଜନସାଧାରଣ କହିଥିଲେ I କେନ୍ଦ୍ର ମନ୍ତ୍ରୀ ପୁରୀ ଜିଲାର ତଳିଆ ଅଂଚଳ, ସହର, ତଥା ନିମାପଡା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅଂଚଳ ବୁଲି ଲୋକଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ I ପରେ ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଟେଲି ଫୋନ ରେ କଥା ହୋଇଥିଲେ I