ଘରେ କଳା କନା ବୁଲାଇ ଲୁଟି ନେଲେ : ତଦନ୍ତ ଜାରି

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବାମାନଘାଟି ଉପଖଣ୍ଡ ରାଇରଙ୍ଗପୁର ପୋଲିସ ସର୍କଲ ବଡାମକୁରାଡ଼ି ଗାଁର ଜାମୁଡ଼ି ସାହିରେ ଗତ କାଲି ବିଳମ୍ବିତ ରାତିରେ ଘରେ ଚୋର ପଶି ଷ୍ଟିଲ ଆଲମିରାରେ ରଖା ଯାଇଥିବା ଛଅ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଚୋରି କରିଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ କି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଫାଣ୍ଡି ବଡାମକୁରାଡ଼ି ଅନନ୍ତ କୁମାର ଦଳେଇ ନିଜ ପରିବାର ସହ ଖାଇ ପିଇ ଶୋଇଥିଲେ । ନିଜ ଶୋଇବା କୋଠରୀରେ  ନିଜେ ପରିବାର ଶହ ଶୋଇଥିବା ବେଳେ ଅନ୍ୟ କୋଠରୀ ରେ ବାପା ଓ ମାଆ ଶୋଇ ଥିଲେ।ରାତ୍ରି ପ୍ରାୟ ଅଢେଇରୁ ତିନିଟା ମଧ୍ୟରେ ମା ବାହାରକୁ ବାହାରିବା ବେଳକୁ ଆଲମିରା ଥିବା ଘର  ସହ ଅନ୍ୟ ଦୁଇଟି କୋଠରୀର କବାଟ ଖୋଲା ଥିବା ଦେଖି ପରିବାର ଲୋକଙ୍କୁ ଡାକି ଉଠାଇ ଦେଖିଲା ବେଳକୁ ସମସ୍ତ ଗହଣା ଲୁଟ ହେବାସହ ଆସଭାଵ ଜିନିଷ ଫିଙ୍ଗା ଫୋପାଡା ଅବସ୍ଥାରେ ଦେଖିଥିଲେ । ତିନୋଟି କୋଠରୀ ସହିତ ଆଲମିରା ତାଲା ଭାଙ୍ଗି ମୁଖ୍ୟ ଗେଟ ତାଲା ଭାଙ୍ଗି ଦେଇ ଚୋରି ଜିନିଷ ଧରି ଚମ୍ପଟ ମାରିଛନ୍ତି ।ଏନେଇ ଅନନ୍ତ ଥାନାରେ ଏତଲା ଦେଇଥିଲେ।ପୋଲିସ ଖଵର ପାଇ ଦଦନ୍ତଜାରି ରଖିଛନ୍ତି । ଘଟଣା କୁ ଗୁରୁତର ସହ ନେଇ ଜିଲ୍ଲା ମୁଖ୍ୟ ବାରିପଦାରୁ ସନ୍ଧାନୀ କୁକୁର ଓ ସାଇଣ୍ଟିପିକ ଟିମ ଆସି ଛାଂଭିନ ଜାରି ରଖିଛନ୍ତି।ଥାନା କେଶ ନମ୍ବର୨୭/୨୨ବୋଲି ଜଣାପଡିଛି।ଦୁଇ ଦିନ ପୂର୍ବରୁ ଛିନ୍ନତାଇ ଟିମକୁ ଧରି ପୋଲିସ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଉପଖଣ୍ଡ ର ଉକ୍ତ ଘଟଣା ପୋଲିସକୁ ଚେଲେଞ୍ଜ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ