ଘରୋଇ ଆମ୍ବୁଲାନ୍ସ ମାଲିକଙ୍କ ପ୍ରେସ ମିଟିଂ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଦୀର୍ଘ ୨୦ ରୁ ଉର୍ଦ୍ଧ ବର୍ଷ ଧରି ଘରୋଇ ଆମ୍ବୁଲାନ୍ସ ସେବା ଯୋଗାଇଥିବା ଆସୁଥିବା ଗାଡି ମାଲିକ ମାନଙ୍କ ତରଫରୁ ଏକ ସାମ୍ବାଦିକ ସମିଳନୀ ବୁଧବାର ଉତ୍କଳ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ୨୦ ଜଣ ମାଲିକ ୩୦ ଟି ଆମ୍ବୁଲାନ୍ସ ଗାଡି ଜରିଆରେ ଜରୁରୀକାଳୀନ ସେବା ଯୋଗାଇ ଆସିବା ସହ ବ୍ରହ୍ମପୁର ଉପଜିଲ୍ଲା ପାଳଙ୍କ ନୀତି ନିୟମକୁ ନିର୍ଧାରିତ ଦର ଓ ସେବା ଯୋଗାଇ ଆସିଛନ୍ତି । ଏଭଳି ପରିସ୍ଥିତିରେ କିଛି ଖଳପ୍ରକୃତିର ଲୋକ ମେଡିକାଲ ପରିସରରେ ବିଶୃଙ୍ଖଳା ସୃଷ୍ଟି କରି ଆମ୍ଭ ମାନଙ୍କ ନାମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏଥିସହ କିଛି ଟାକ୍ସ ଓ କିଛି ମେଡିକାଲ କର୍ମଚାରୀ ପଂଜିକୃତ ହୋଇନଥିବା ଆମ୍ବୁଲାନ୍ସ ଭାବେ ବ୍ୟବହାର କରି ଆମ ବ୍ୟବସାୟରେ କ୍ଷତି ସହିବା ସହିତ ବିଭିର୍ନ ସମୟ ରେ ରୋଗୀ ଙ୍କୁ ଅଧିକ ଅର୍ଥ ଶସୁଛନ୍ତି…. ଏହା ଆମ ଘରୋଇ ଆମ୍ବୁଲାନ୍ସ ସେବା ଯୋଗାଇଆସୁଥିବା କର୍ମଚାରୀ ମାଲିକ ମାନଙ୍କ ଉପରକୁ ଦୋଷାରୋପ ହେଉଛି ତେଣୁ ବିନା ପଂଜିକୃତ ରେ ଯେଉ ଟାକ୍ସ ଗୁଡିକୁ ଚଳାଉଛନ୍ତି । ସେହି ମାଲିକ ମାନଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ଦାବି କରିଛନ୍ତି ।