ଘରୋଇ କଳହରୁ ଯୁବତୀଙ୍କ ଆତ୍ମହତ୍ୟା
ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ପାରିବାରିକ କଳହକୁ କେନ୍ଦ୍ର କରି ୨୪ ବର୍ଷୀୟ ଜଣେ ଘରୋଇ ଶିକ୍ଷୟିତ୍ରୀ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଜଣା ପଡିଛି ଓ ଆତ୍ମହତ୍ୟା କରିଥିବା ଶିକ୍ଷୟିତ୍ରୀ ହେଲେ ଅହଲ୍ୟା ବେହେରା (୨୪) ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଘୂ.ନୁଆଁ ଗାଁର ଅହଲ୍ୟା ବେହେରା (୨୪) ବେଲଗୁଣ୍ଠା ର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଓ ଲକ୍ ଡ଼ାଉନ୍ ଯୋଗୁଁ ସ୍କୁଲ୍ ବନ୍ଦ ଥିବାରୁ ସେ ନିଜ ଘରେ ରହି ଆସୁଥିଲେ ଓ ବାପାଙ୍କ ପୂର୍ବରୁ ଦେହାନ୍ତ ହୋଇଯାଇଥିବା ବେଳେ ଭାଇ ବେଙ୍ଗୁଲୁରୁରେ କୌଣସି ଘରୋଇ କମ୍ପାନୀରେ କାମ କରିଆସୁଛି ଓ ଘରେ ବିଧବା ମାଆ ସହ ବଡ଼ ଭଉଣୀ ତାର ପୁଅ ସହ ରହି ଆସୁଛି ଓ ବଡ଼ ଭଉଣୀ ଏବଂ ମାଆଙ୍କ ମଧ୍ୟରେ ବିଭିନ୍ନ ସମୟରେ କଥା କଟାକଟି ହୋଇ ଯୁକ୍ତି ତର୍କ କରୁଥିବାରୁ ଅହଲ୍ୟା ଏହାକୁ ବିରୋଧ କରିଆସୁଥିଲେ ଓ ଗତ ୧୬ ତାରିଖ ରବିବାର ଦିନ ଅହଲ୍ୟା ଖୁଦୁରୁକୁଣୀ ବ୍ରତ କରୁଥିବାରୁ ଉପବାସ ରହିଥିଲେ ଓ ଅହଲ୍ୟାର ବଡ଼ ଭଉଣୀ ଏବଂ ମାଆ ଯୁକ୍ତି ତର୍କ ହୋଇ କଥା କଟାକଟି ହେବାରୁ ଅହଲ୍ୟା ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବାରୁ ବାରି ଘରର ଉଭୟ ପଟୁ କବାଟ ଦେଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଓ ଘରୁ ପ୍ରବଳ ଧୂଆଁ ବାହାରିବାରୁ ଲୋକେ ରୁଣ୍ଡ ହୋଇ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ସାହୁଙ୍କ ସହଯୋଗରେ କବାଟ ଭାଙ୍ଗି ଅହଲ୍ୟାକୁ ଉଦ୍ଧାର କରିବା ବେଳକୁ ତା ଦେହର ୯୫ ଭାଗ ପୋଡ଼ି ଯାଇଥିଲା ଓ ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲକୁ ନିଆ ଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ସନ୍ଧ୍ୟାରେ ଅହଲ୍ୟାଙ୍କ ମୃତ୍ୟୁ ଘଟିଥିଲା ଓ ବଡ଼ ମେଡିକାଲ୍ ଫାଣ୍ଡି ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅହଲ୍ୟାର ଶବକୁ ବ୍ୟବଚ୍ଛେଦ କରିବା ପରେ ଆଜି ତାର ପରିବାରକୁ ହସ୍ତାନ୍ତର କରାଯାଇଥିଲା ଓ ଅହଲ୍ୟାଙ୍କ ଶବ ଗ୍ରାମରେ ପହଞ୍ଚିଲା ପରେ ଏକ ଶୋକକୂଳ ପରିବେଶ ମଧ୍ୟରେ ଗାଆଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା ଓ ଅହଲ୍ୟା ଜଣେ ଭଦ୍ର ,ଅମାୟିକ ଏବଂ ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ ଥିଲେ ଓ ତାଙ୍କର ଅକାଳ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି


