ଘରୋଇ ପରି•ରିକାମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୂବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଜି ଘରୋଇ ପରି•ରିକାମାନଙ୍କ ସର୍ବଭାରତୀୟ ମଞ୍ଚ ଓଡ଼ିଶା •ପ୍ଟର ଓ ନିର୍ମଳା ନିକେତନ, ନୂଅ ଦିଲ୍ଲୀ ତରଫରୁ ହୋଟେଲ କେଶରୀଠାରେ ଘରୋଇ ପରି•ରିକାମାନଙ୍କ ଆଇନ୍ ଓ ପ୍ରସ୍ତାବିତ ଶ୍ରମିକ କୋର୍ଡ଼ ଉପରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନିର୍ମଳା ନିକେତନର ରାଜ୍ୟ ଆବାହକ ଚିନ୍ମୟ ସାମଲ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରମିକ ବୋର୍ଡ଼ର ଅଧ୍ୟକ୍ଷ ସୁବାସ ସିଂ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ଘରୋଇ ପରି•ରିକାମାନଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କରିବା, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଘରୋଇ ପରି•ରିକାମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବା ଭଳି କାର୍ଯ୍ୟକ୍ରମ ନେଇଛନ୍ତି । ଏତଦ୍ବ୍ୟତୀତ ପରି•ରିକାମାନଙ୍କର ଥିବା ବିଭିନ୍ନ ସମସ୍ୟା ରାଜ୍ୟ ସରକାର ଅବଗତ ଅଛନ୍ତି ଏବଂ ଆହୁରି ତାଙ୍କ ପାଇଁ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବ । ମୁଖ୍ୟବକ୍ତା ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ଆସନ୍ତା ବିଧାନସିଭାରେ ଦେଶସ୍ତରରେ ଘରୋଇ ପରି•ରିକାମାନଙ୍କ ପାଇଁ ଆଇନ୍ ତିଆରି ହେବା ପାଇଁ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ପାରିତ କରିବେ ବୋଲି ଉପସ୍ଥିତ ଥିବା ଅତିଥିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜାତୀୟ ଆବାହକ ନୂଆଦିଲ୍ଲୀର ସୁବାସ ଭଟ୍ଟନାଗର ଯୋଗଦେଇ କହିଲେ ଯେ, ଏହି ସମୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଆଇନ୍କୁ ବିରୋଧ କରିବାକୁ ହେଲେ ସମସ୍ତ ଅଣ ସଂଗଠିତ ଶ୍ରମିକମାନେ ଏକାଠି ହେବା ଦରକାର । ସିଷ୍ଟର ଲିସି, ହାଇଦ୍ରାବାଦ ଯୋଗଦେଇ କହିଲେ ଯେ, ଘରୋଇ ପରି•ରିକାମାନଙ୍କୁ କିପରି ଭାବରେ ନୂଆ ମଜଦୁର କୋର୍ଡ଼ରେ ଘରୋଇ ପରି•ରିକାମାନଙ୍କୁ ସାମିଲ୍ କରାଯାଇ କିପରି ଭାବରେ ୫୪୩ ଲୋକସଭା ସଦସ୍ୟମାନଙ୍କୁ ଅବଗତ କରାଯାଇ ସଂସଦରେ ଉପସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ ଓଡ଼ିଶା ଘରୋଇ ପରି•ରିକା ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରି•ଳନା କରିଥିବା ବେଳେ ମମତା ସିଫାର୍, ଯୁବା ପ୍ରତିନିଧି, ସିଟି, ଏଆଇଟିୟୁସି, ଏଚ୍ଏମ୍ଏସ୍, ଏଆଇସିସିଟିୟୁର ପ୍ରତିନିଧି ମଣ୍ଡଳୀ, ପ୍ରଫେସର ଯନ୍ତ୍ରଣା ପରିକ୍ଷୀତ ଉପସ୍ଥିତ ରହି ଆଗକୁ କିଭଳି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ ପରି•ରିକାମାନଙ୍କ ପାଇଁ ଆଇନ୍ ପାରିତ କରିବେ ସେଥିପାଇଁ ସେମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଏକ ରାଜ୍ୟସ୍ତରୀୟ ୧୧ ଜଣିଆକ କମିଟି ଗଠନ କରାଯାଇ ଆଗାମୀ ଦିନରେ ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କୁ ଭେଟି ଘରୋଇ ଶ୍ରମିକମାନଙ୍କ ବିରୁଦ୍ଧରେ ଆସୁଥିବା ଆଇନ୍ ସପକ୍ଷରେ ଦାବିପତ୍ର ପ୍ରଦାନ କାରାଯିବ ବୋଲି ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ଶେଷରେ ସେବାର ସଂଯୋଜକ ପରିଲତା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ