ଘରୋଇ ସ୍କୁଲ ହେବେ ଆରଟିଆଇ ଅନ୍ତର୍ଭୁକ୍ତ : ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ ଘରୋଇ ସ୍କୁଲ । ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଆଧାର କରି ସ୍ପଷ୍ଟ କରିଛି ସୂଚନା ଆୟୋଗ । ଶିକ୍ଷାନୁଷ୍ଠାନ ଗୁଡିକୁ ସୂଚନା ଆଇନର ପରିସରଭୁକ୍ତ କରିବା ପାଇଁ ବାରମ୍ବାର ଦାବି କରୁଥିଲେ ଅଭିଭାବକ ସଂଘ ।ଅଭିଭାବକ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ଏକ ଆବେଦନର ଶୁଣାଣି କରି ସୂଚନା ଅଧିକାର ଆୟୋଗ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଦୋହରାଇଥିଲେ ।ଆୟୋଗ କହିଥିଲେ, କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷଭାବେ ଆଥିର୍କ ସହାୟତା ପାଇଥିଲେ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ । ସର୍ବାଧିକ ସହାୟତା ପାଇନଥିବା ଯୁକ୍ତିକୁ କୌଣସି ମାପଦଣ୍ଡ ଭାବେ ନିଆଯାଇପାରିବ ନାହିଁ । କରମୁକ୍ତ ବା ରିହାତି ଦରରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥିକ ସହାୟତା ପାଇଛନ୍ତି ବୋଲି ଧରାଯିବ ନେଇ ଉଦାହରଣ ଦେଇଥିଲେ ସୁପ୍ରିମକୋର୍ଟ । ଗଗନ ରାଉତ ୟୁନିଟ୍-୮ ଡିଏଭି ସ୍କୁଲର ତଥ୍ୟ ସୂଚନା ଅଧିକାର ମାଧ୍ୟମରେ ଭୁବନେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ହେଲେ ସ୍କୁଲ ସୂଚନା ଅଧିକାର ପରିସରଭୁକ୍ତ ନୁହେଁ କହି ତଥ୍ୟ ଦିଆଯାଇନଥିଲା । ନୂଆ ରାୟ ଅନୁସାରେ ୩୦ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ