ଘର ଆଗରୁ ମୋଟରସାଇକେଲ୍ ଲୁଟ୍
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ): ବେଲଗୁଣ୍ଠା ସହରର ଜନୈକ ବ୍ୟକ୍ତିଙ୍କ ଘର ଆଗରୁ ଦୁର୍ବୃତ୍ତ ଏକ ମୋଟରସାଇକେଲ୍ ଲୁଟିନେଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ବାଲିଡ଼ି ସ୍କୁଲ୍ ନିକଟରେ ରହୁଥିବା ପଞ୍ଚାନନ ପାଣିଗ୍ରାହୀ ଗତ ୨୯ ତାରିଖରେ ସବୁଦିନ ଭଳି ନିଜ ଙଊ୩୨ଊ୧୩୮୦ ନମ୍ବର୍ ବିଶିଷ୍ଟ ନୀଳ ରଙ୍ଗର ଗ୍ଲାମର ମୋଟରସାଇକେଲ୍ ଟିକୁ ନିଜ ଘର ଆଗରେ ରଖି ସେ ଘରେ ଥିଲେ ଓ ଗାଡ଼ିଟି ଘର ଆଗରେ ଦିନ ୨ ଘଣ୍ଟା ତିରିଶ ମିନଟ୍ ପର୍ୟ୍ୟନ୍ତ ଥିବା ବେଳେ ପଞ୍ଚାନନ ୨ ଘଣ୍ଟ ୫୫ ମିନଟ୍ ରେ ସେ ବାହାରକୁ ଆସିବା ବେଳକୁ ମୋଟରସାଇକେଲ୍ ଟି ସେଠାରୁ କିଏ ଚୋରି କରି ନେଇଯାଇଥିବା ଜାଣିବାକୁ ପାଇଥିଲେ ଓ ଘଟଣା ନେଇ ପଞ୍ଚାନନ ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିଲେ ଓ ପରେ ସହରର ବିଭିନ୍ନ ସ୍ଥାନର ସିସିଟିଭି କ୍ୟାମେରା ଯାଞ୍ଚ୍ କରିବା ପରେ ପଞ୍ଚାନନ ଚଢେୟାପଲ୍ଲୀ ଛକରେ ଥିବା ଏକ ସିସିଟିଭି ଭିଡିଓରୁ ନିଜ ବାଇକ୍ ଟିକୁ ଚିହ୍ନଟ କରିପାରିଥିଲେ ଓ ଦୁର୍ବୃତ୍ତ ଜଣଙ୍କ ବାଇକ୍ ଟିକୁ ନେଇ ବାଲିପଦର ଅଭିମୁଖେ ପଳାଇଥିବା ସିସିଟିଭି ଫୁଟେଜ୍ ରୁ ଜଣା ପଡୁଛି ଓ ପୋଲିସ ଚୋରକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।


