ଘର ଆଗରେ ଜଳ ଭଣ୍ଡାର , ପିଇବା କୁ ନାହିଁ ପାଣି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବର୍ତ୍ତମାନ କରୋନା ଭଳି ମହାମାରୀ ରୋଗ ବିଶ୍ୱ ରେ ନିଜର କାୟା ବିସ୍ତାର କରିଥିବା ବେଳେ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ସରକାର ପ୍ରତିଶୃତି ବଦ୍ଧ ଏବଂ ସରକାର ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି l କିନ୍ତୁ ସେହି ଯୋଜନା ଗୁଡିକ ଠିକ ଭାବେ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରୁନାହିଁ l ବିଂଶ ଶତାବ୍ଦୀ ଚାଲିଛି କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଆଜି ବି ଗଞ୍ଜାମ ସୀମାନ୍ତ ଅଞ୍ଚଳ ରେ ଅବହେଳିତ ଅବସ୍ଥା ରେ ଲୋକମାନେ ରହୁଛନ୍ତି l ଭଞ୍ଜନଗର ଠାରୁ ୩୫ କିଲୋମିଟର ଦୂର ରେ ଗାୟଗଣ୍ଡା ପଞ୍ଚାୟତ ଅବସ୍ଥିତ l ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗାୟଗଣ୍ଡା ଗାଁ ରେ ପାନୀୟ ଜଳ ପ୍ରକଳ୍ପ ହୋଇଛି ସତ କିନ୍ତୁ ଗତ କିଛି ମାସ ହେଲା ପରିଚାଳନା ତ୍ରୁଟି ଯୋଗୁଁ ସେହି ଗ୍ରାମ ର ସ୍ତ୍ରୀ ଲୋକମାନେ ପ୍ରାୟ ଏକ କିଲୋମିଟର ମିଟର ଦୂର ଏକ କେନାଲ ବା ଛୋଟ ନଦୀ ର ଚୂଆ ପାଣି ଉପରେ ଭରସା କରି ରହୁଛନ୍ତି l ଗାୟଗଣ୍ଡା ଗ୍ରାମ ରେ ୫୦୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ସେଥିରୁ ବଡ଼ହରିଜନ ସାହି ରେ ପ୍ରାୟ ୨୦୦ ପରିବାର ବସବାସ କରନ୍ତି l ବଡ଼ ହରିଜନ ସାହି ର ଲୋକେ ଜାତି ଗତ ଭେଦଭାବ ଯୋଗୁଁ ଆରମ୍ଭ ରୁ ପାନୀୟ ଜଳ ପ୍ରକଳ୍ପ ର ସୁବିଧା ରୁ ବଞ୍ଚିତ ଅଛନ୍ତି l ବର୍ତ୍ତମାନ ପରିସ୍ଥିତି ରେ ଚୂଆ ପାଣି ପିଇବା ଫଳରେ ଲୋକେ ରୋଗରେ ପଡି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି l ସେହିପରି ସେହି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ନିମ୍ନ ମାନର ରାସ୍ତା କାମ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ର ମଧ୍ୟ ସମ୍ମୁଖୀନ ହେଉଛନ୍ତି l ତାହାର ଏକ ଜ୍ୱଳନ୍ତ ଉଦାହରଣ କଳିଙ୍ଗପଦର ଗାଁ ରେ ଦେଖିବାକୁ ମିଳିଛି l କଳିଙ୍ଗପଦର ଗାଁ ର ରାସ୍ତା ଉପରେ ପାଖାପାଖି ୨ ଫୁଟ ଉଚ ରେ ପାଣି ଜମି ରହିଛି l ଟିକିଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି l ସତେ ଯେପରି ଘର ଆଗରେ ଏକ ଛୋଟ କୃତ୍ରିମ ଜଳ ଭଣ୍ଡାର ସୃଷ୍ଟି ହୋଇଛି l ଯାହାଫଳରେ ଲୋକମାନଙ୍କ ଯାତାୟାତ କରିବାରେ ବହୁତ ଅସୁବିଧା ହେଉଛି l ନିମ୍ନମାନ ର ରାସ୍ତା କାମ ହୋଇଥିବାରୁ ରାସ୍ତା କାମରେ ମିଳିଥିବା ସରକାରୀ ଅର୍ଥ ର ଠିକ ବ୍ୟବହାର ନ ହୋଇ, ସେହି ଅର୍ଥ ର ବାଟମାରଣା ହୋଇଥିବାରୁ ସରକାର ଠିକ ପଦକ୍ଷେପ ନିଅନ୍ତୁ ବୋଲି ମଧ୍ୟ ସ୍ଥାନୀୟ ଲୋକେ ଦାବିକରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ