ଘର ଘର ବୁଲି ସ୍ୱାସ୍ଥ୍ୟଗତ ସମସ୍ୟା ପଚାରି ବୁଝିଲେ ସ୍ୱାସ୍ଥ୍ୟ କର୍ମୀ

ନାଉଗାଁ (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣରୁ ଜନସାଧାରଣକୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମାନ କରାଯାଇଛି । ଯେଉଁ ପଂଚାୟତରେ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି । ସେହି ପଂଚାୟତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କ ଘର ଘର ବୁଲି ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପଚାରି ବୁଝିବା ସହିତ କରୋନା ସଂକ୍ରମଣର ଲକ୍ଷଣ ଗୁଡିକ ଉପରେ ସଚେତନ କରାଯାଉଥିବା ଜଣାଯାଇଛି । ଏହି ପ୍ରରିପେକ୍ଷୀରେ ନାଉଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଲକର ଜାମୁଗାଁ, ତିରୁଣା ଓ ଡେରିକି ଆଦି ୩ଟି ପଂଚାୟତର ୧୦ହଜାର ୭୦୦ ଜନସଂଖ୍ୟାକୁ ନେଇ ଏହି ସର୍ଭେ ଚାଲିଛି । ଏହି ସର୍ଭେ ପାଇଁ ଏଏନଏମ, ଆଶା କର୍ମୀ ଓ ଅଙ୍ଗନୱାର୍ଡି କର୍ମୀଙ୍କୁ ନେଇ ୧୮ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୩ ଜଣ ଲେଖାଏଁ ରହିଥିବା ବେଳେ ମୋଟ ୫୪ ଜଣ ରହିଛନ୍ତି । ଏହି ଟିମ ଦ୍ୱାରା ଉକ୍ତ ପଂଚାୟତର ସମସ୍ତଙ୍କ ଘରକୁ ଘର ବୁଲି ସେମାନଙ୍କ ପରିବାର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ତଥା କାଶ, ଛିଙ୍କ ଓ ଜ୍ୱର ଆଦି ସଂର୍ପକରେ ପଚାରି ବୁଝି ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦାଖଲ କରାଯାଉଛି । ଏହି ସର୍ଭେ ୧୪ ଦିନ ଚାଲିବ ବୋଲି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ