ଘର ପଟ୍ଟା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନସନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଂଚାୟତର ସମସ୍ତ ଅଂଚଳବାସୀ ଦୀର୍ଘ ଦିନ ଧରି ନିଜ ନିଜର ଘର ପଟ୍ଟା ନିମନ୍ତେ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଯାଇଥିଲେ ମଧ୍ୟ ଏଥିପ୍ରତି କାହାର ଆନ୍ତରିକତା ନାହିଁ । ପ୍ରଶାସନ ତରଫରୁ ସମ୍ପୃକ୍ର କର୍ମଚାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଂଚଳବାସୀ ମାନେ ନିଜ ନିଜ ହକ ପାଇ ପାରୁୁନାହାନ୍ତି । ସେମାନଙ୍କ ହକ ପାଇବା ଦାବି ନେଇ ମଙ୍ଗଳବାର ପଂଚାୟତର ବହୁ ଜନ ସାଧାରଣ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘର ପଟ୍ଟା ପାଇଁ ଅମରଣ ଅନସନରେ ବସିଥିବା ଦେଖିବାକୁ ମିଳିଛି । ଖବର ଲେଖାହେଲା ପର୍ଯ୍ୟନ୍ତ ଆର୍ଯ୍ୟପଲ୍ଲୀ ପଂଚାୟତର ବହୁ ଜନସାଧାରଣ ମାନେ ଉକ୍ତ ଦାବି ନେଇ ଅମରଣ ଅନସନରେ ବସି ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ