ଘର ପାଖରେ ଆର୍ଥିକ ସହାୟତା ପାଇଲେ ହିତାଧିକାରୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିସ୍ଥିତି ପାଇଁ ରାଜ୍ୟ ସରକାର ପିଡିଏସ୍ ହିତାଧିକାରୀ ମାନଙ୍କୁ ୧ ହଜାର ଲେଖାଏ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏପରିପେକ୍ଷୀରେ ଶୁକ୍ରବାର ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ୧୩ଟି ୱାର୍ଡର ୧୪୭୯ ଜଣ ପିଡିଏସ୍ ହିତାଧିକାରୀଙ୍କୁ ଘର ପାଖରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ତିଳୋତ୍ତମା ବାରିକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ନାୟକ ଘର ଘର ବୁଲି ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ