ଘର ଭିତରେ ପଶି ଶାଶୁ ଓ ଶଳା ଙ୍କୁ ଜ୍ୱାଇଁ ର ଛୁରା ମାଡ଼
ନିମାପଡ଼ା, (ସନ୍ତୋଷ ଦାଶ):ପାରିବାରିକ କଳହ କୁ ନେଇ ଜଣେ ଜ୍ବାଇଁ ଘର ଭିତରେ ପଶି ଶାଶୁ ଓ ଶଳା ଙ୍କୁ ଛୁରା ମାଡ଼ କରିବା ଘଟଣା ଏବେ ସମଗ୍ର କାକଟପୁର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ,ପୁରୀ ଜିଲ୍ଲା କାକଟପୁର ମେଡିକାଲ ଛକରେ ଥିବା ମନ୍ଦାକିନି ବେହେରା ଙ୍କ ଘର ର ଲାଇନ କାଟି ମନ୍ଦାକିନି ବେହେରା ଓ ତାଙ୍କ ପୁଅ ସନ୍ତୋଷ ବେହେରା ଙ୍କୁ ମନ୍ଦାକିନୀ ଙ୍କ ଜ୍ୱାଇଁ ସୁଶୀଲ ବେହେରା ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ସୁଶିଲ ଶାଶୁ ଘରର ଲାଇନ କାଟିବା ସହ ବାହାରେ ଥିବା ଆସବାବପତ୍ର ଫୋପଡା ଫିଙ୍ଗା କରିବାରୁ ଶବ୍ଦ ଶୁଣି ଘରର କବାଟ ଫିଟାଇ ବାହାରକୁ ଶାଶୁ ମନ୍ଦାକିନୀ ବେହେରା ଆସୁଥିବାବେଳେ ହଠାତ କବାଟ ନିକଟରେ ଲୁଚି ରହିଥିବା ଜ୍ୱାଇଁ ସୁଶୀଲ ଏକ ଧାରୁଆ ଛୁରୀ ରେ ଶାଶୁ ଙ୍କୁ ଆକ୍ରମଣ କରିଥିଲେ । ଶାଶୁ ମନ୍ଦାକିନି ଙ୍କ ଦୁଇ ଗାଲ ରେ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ ସହ ବାମ ହାତ ଆଙ୍ଗୁଳି ରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଅନ୍ୟ ପଟେ ମା ଙ୍କୁ ଛୁରୀରେ ଆକ୍ରମଣ ହେଉଥିବା ଶବ୍ଦ ଶୁଣି ପୁଅ ସନ୍ତୋଷ ବାହାରକୁ ଆସିଥିବା ବେଳେ ସନ୍ତୋଷଙ୍କ ଗଳା କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଜ୍ୱାଇଁ ସୁଶୀଲ ଫେରାର ହୋଇଯାଇଛି । ଏ ନେଇ କାକଟପୁର ଥାନାରେ ଜ୍ୱାଇଁ ନାମରେ ଲିଖିତ ଅଭିଯୋଗ କରିଛନ୍ତି ଶାଶୁ ମନ୍ଦାକିନୀ । ଘଟଣାସ୍ଥଳକୁ ଯାଇ କାକଟପୁର ପୋଲିସ ପ୍ରାଥମିକ ତଦନ୍ତ କରି ଛୁରୀ ଜବତ କରିବା ସହ ଘର ଭିତରେ ରକ୍ତଛିଟା ପଡିଥିବାର ଦେଖିବାକୁ ପାଇଛି । ମା ଓ ପୁଅ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି ।ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣା ସମଗ୍ର କାକଟପୁର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


