ଘର ହିଁ ବିଦ୍ୟାଳୟ ପ୍ରକଳ୍ପ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକାର ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ ହୋଇ ଯାଇଅଛି, ପରିଚାଳନା ସମିତିର ଉପସଭାପତି ଗୀତ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ରୂପେ ସମ୍ଭଗ ଶିଶୁ ବାଟିକାର ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ଯୋଗଦେଇ ସମଗ୍ର ଶିକ୍ଷା ରେ ପରିବାରର ଭୂମିକା ଏବଂ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ରେ ପୃଷ୍ଟିକର ଖାଦ୍ୟର ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ l ପରିଚାଳନା କମିଟି ର ସମ୍ପାଦକ ପଦ୍ମ ଚରଣ ସାହୁ, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ସଦସ୍ୟା ସୁନିତା ସେଠୀ ଓ କୋଷାଧ୍ୟକ୍ଷ ଏ ରାବଣା ରାଓ ପ୍ରମଖ ଯୋଗ ଦେଇଥିଲେ l ପ୍ରଧାନଚାଯ୍ୟ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ସମସ୍ତ ଅଥିତିମାନଂକୁ ପରିଚୟ ପ୍ରଦାନ କରିଥିଲେ l ଶିଶୁ ବାଟିକାର ପ୍ରମୁଖ ବି ସୁଶୀଳା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିଲେ ବରିଷ୍ଠ ଆଚାର୍ଯ୍ୟl ମୀରାବାଇ ସାହୁ, ଇଲାରାଣୀ ମିଶ୍ର, ସୁନିତା ଶତପତି, ମଧୁମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରସ୍ତୁତ କରି ତାର ଉପକାରିତ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ,67ଜଣ ଅଭିଭାବକ ଓ ଅଭିଭାବକ ଯୋଗ ଦେଇ ଥିଲେ


