ଘସି ବାଡ଼ିରେ ମଦ ବେପାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ଅଂଚଳରେ ଦିନକୁ ଦିନ ବେଆଇନ ମଦ ବେପାର ବୃଦ୍ଧି ପାଉଥିବା ଜଣାପଡିଛି । ବ୍ଲକର ବିଷ୍ଣୁପୁର ଠାରୁ ଆରମ୍ଭ କରି ମଣିନାଥପୁର, ରହଣିଆ ଠାରୁ ଆରମ୍ଭ କରି ମଞ୍ଜୁରୀରୋଡ଼, ଆଖୁଆପଦା ଯାଏଁ ମଦର ବନ୍ୟା ସୃଷ୍ଟି ହେଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ପ୍ରତି ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚୋରା ମଦବେପାରି ମାନେ କୌଶଳ କରି ବେପାର ବଢାଇବାରେ ଲାଗିଛନ୍ତି । ବିଶେଷକରି ମହୁଲି, ରନ୍ଧା ମଦ ସହିତ ଦେଶୀ ମଦ ବିକ୍ରି ଏବେ ବଢ଼ିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ କୁରିଗାଁ ସ୍କୁଲ ନିକଟ ବଜାର ଠାରେ ଜଣେ ବ୍ୟକ୍ତି ଚାହା ଦୋକାନ କରିଥିବା ବେଳେ ନିକଟସ୍ଥ ବାସଗୃହ ଓ ଖଳାରେ ଥିବା ଏକ ଘସି ଭାଡ଼ିରେ ଚୋରା ମଦ ରଖି ବେପାର କରୁଛି । ସ୍ଥାନୀୟ ଧାମନଗର ଓ ଯାଜପୁରରୁ ଏଠାକୁ ଶହ ଶହ ଲିଟର ମଦ ଆସୁଥିବା ବେଳେ ସଞ୍ଜ ନଇଁଲେ ବଜାର ସମେତ ଗାଁର ବିଭିନ୍ନ ସାହିରେ ମଦୁଆଙ୍କ ଆଡ୍ଡା ଜମୁଛି । ସେହିଭଳି ରହଣିଆ, ମାଳଦା, ସରସଦା, ମଣିନାଥପୁର, ମଞ୍ଜୁରୀ, ବାଲିପୋଖରୀ, ଜଗନ୍ନାଥପ୍ରସାଦ ପ୍ରମୁଖ ସ୍ଥାନରେ ଥିବା ବିଭିନ୍ନ ଚାହା ଜଳଖିଆ ପାନ ଦୋକାନୀ ମାନେ ଚୋରା ମଦ ବ୍ୟବସାୟ କରୁଛନ୍ତି । ମଞ୍ଜୁରୀରୋଡ଼, କୁଲଣା , ପାଟୁଳି ଅଂଚଳରେ ମଧ୍ୟ ମହୁଲି ମଦର ବହୁଳ ବିକ୍ରୟ ହେଉଥିବା ଜଣାଯାଇଛି । ଏଠାକୁ ପଡୋଶୀ କେନ୍ଦୁଝର ଜିଲ୍ଲାରୁ ସାଇକେଲ, ମୋଟର ସାଇକେଲ ଓ ଚାରି ଚକିଆ ଯାନ ରେ ରନ୍ଧା ମଦ ଆସୁଥିବା ଖବର ମିଳିଛି। ପୋଲିସ ଓ ଅବକାରୀ ବିଭାଗର କାଁ ଭାଁ ଧରପଗଡ଼କୁ ଛାଡିଦେଲେ ରାତିତ ରାତି ଦିବାଲୋକରେ ମଧ୍ୟ ଚୋରା ବେପାରୀ ମାନେ ନିର୍ଭୟରେ ମଦ ବେପାର କରୁଛନ୍ତି । ଫଳରେ ବିଭିନ୍ନ ଗାଁ ପରିବେଶ ନଷ୍ଟ ହେଉଥିବା ବେଳେ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଏହାଛଡା ଦୈନନ୍ଦିନ ଗାଁ ଗୁଡିକରେ ଗଣ୍ଡଗୋଳ ଘଟି ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସଙ୍ଗିନୀ ହେଉଥିବା ଖବର ମିଳୁଛି । ତେଣୁ ଏହା ଉପରେ ଉଚ୍ଚପଦସ୍ଥ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀ ମାନେ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ