ଘାତକ ରୋଗରେ ପୀଡିତ ପୁଟିନ୍ : ଷ୍ଟେରଏଡ୍ ଚିକିତ୍ସା ଯୋଗୁଁ ହୋଇ ଉଠିଛନ୍ତି ଉଗ୍ର : ଆକ୍ରମଣାତ୍ମକ 

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିବାର ୧୯ ଦିନ ହେଲାଣି । ଏହା ଭିତରେ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି । ମିଡିଆ ରିପୋର୍ଟ ମୁତାବକ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଅନ୍ତନଳୀ କ୍ୟାନ୍ସରରେ ପୀଡିତ । ଏଥିପାଇଁ ସେ କ୍ରମାଗତ ଷ୍ଟେରଏଡ୍ ଡ୍ରଗ୍ସ ନେଉଛନ୍ତି । ଏପରି ଖବର ଦ ଡେଲି ମେଲ୍, ଦ ମିରର୍ ସମେତ ଏକାଧିକ ପ୍ରମୁଖ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗୁଇନ୍ଦା ସୂଚନା ଆଧାରରେ ଆମେରିକା , ଅଷ୍ଟ୍ରେଲିଆ, କାନାଡା , ନ୍ୟୁଜିଲ୍ୟାଣ୍ଡ , ବ୍ରିଟେନରେ ପ୍ରମୁଖ ବ୍ୟକ୍ତିତ୍ୱ ଏହି ରପୋର୍ଟକୁ ସତ ମାନିବା ସହ ଷ୍ଟେରଏଡ୍ ଚିକିତ୍ସା ଯୋଗୁଁ ୬୯ ବର୍ଷିୟ ପୁଟିନ୍ ମାନସିକ ସନ୍ତୁଳନ ହରାଇ ଆକ୍ରମଣାତ୍ମକ ହୋଇପଡିଥିବା ବିଶ୍ୱାସ କରୁଛନ୍ତି । କ୍ରେମଲିନର ନିକଟତମ ସୂତ୍ରରୁ ମଧ୍ୟ ଏପରି ସୂଚନା ମିଳିଥିବା ରିପୋର୍ଟରେ ଦାବି କରାଯାଇଛି । ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ ଏକଛତ୍ରବାଦୀ ପୁଟିନ୍ କ୍ୟାନସର ଚିକିତ୍ସା ପାଇଁ ଷ୍ଟେରଏଡ୍ ନେଉଥିବାରୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଛି । ଅନ୍ୟ ମାନଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ଅଧିକ ବଢିବା ସହ ଅଧିକ ଅସୁସ୍ଥ ହେବାର ଆଶଙ୍କା ଥିବାରୁ ସେ ନିଜକୁ ସମ୍ପୂର୍ଣ୍ଣ ଅଲଗା ରଖୁଛନ୍ତି । ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁ ୟୁକ୍ରେନ ସମସ୍ୟା ନେଇ ତାଙ୍କୁ ଭେଟିବାକୁ ଯାଇଥିବାବେଳେ ପୁଟିନ୍ ପ୍ରାୟ ୧୩ ଫୁଟ ଲମ୍ବ ଟେବୁଲର ଗୋଟିଏ ପାର୍ଶ୍ୱରେ ବସିଥିଲେ । ଏପରିକି ନିଜ ବର୍ହିବ୍ୟାପାର ମନ୍ତ୍ରୀ ସେରେଗୀ ଲାଭ୍ରୋଭ୍ ମଧ୍ୟ ପୁଟିନଙ୍କ ଠାରୁ ଦୂରତା ରକ୍ଷା କରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ପୁଟିନ୍ ଷ୍ଟେରଏଡ ନେଉଥିବା ଖବର ପ୍ରକାଶ ପାଇଥିଲା । ତାଙ୍କ ମୁହଁରେ ପୂର୍ବାପେକ୍ଷା ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଶକ୍ତିଶାଳୀ ମାଂସପେଶୀ ପାଇଁ ପୁଟିନ୍ ଡ୍ରଗ୍ସ ନେଉଥିବା କାରଣରୁ ପୁଟିନଙ୍କ ମୁହଁରେ ପରିବର୍ତ୍ତନ ଆସିଥିବା ଋଷର ପୂର୍ବତନ ବର୍ହିବ୍ୟାପାର ସଚିବ ଲଡ୍ ଡେଭିଡ୍ ଓୱେନ୍ ସନ୍ଦେହ ପ୍ରକାଶ କରିଛନ୍ତି । ସବୁବେଳେ ପୁଟିନ୍ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିବା, ମାନସିକ ଚାପରେ ରହିବା ସହ ଆକ୍ରମଣାତ୍ମକ ମନୋଭାବରେ ବୃଦ୍ଧି ଷ୍ଟେରଏଡ ଜନିତ ପ୍ରଭାବ ବୋଲି କୁହାଯାଉଛି । ଅନ୍ୟପକ୍ଷେ ପୁଟିନ୍ ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରୁଥିବା ପାର୍କିନସନ ସମସ୍ୟାରେ ପୀଡିତ ଥିବା ମଧ୍ୟ କୁହାଯାଉଛି । ଏହି ରୋଗରେ ରୋଗୀର ମସ୍ତିଷ୍କରେ ପ୍ରଭାବ ପଡିଥାଏ । ଏବଂ ରୋଗୀ ମାନସିକ ଭାରସାମ୍ୟ ହରାଇବାର ଯଥେଷ୍ଟ ସମ୍ଭାବନା ଥାଏ । ଯଦି ଏହି ରିପୋର୍ଟ ସତ ହୋଇଥାଏ ତେବେ ପୁଟିନ୍ କୌଣସି ସମୟରେ ପରମାଣୁ ଅସ୍ତ୍ରରେ ଆକ୍ରମଣ କରିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି । ଯାହା ସ।।ରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ