“ଘୁମୁରା” ୨୦୨୫ ଆଦିବାସୀ ଢାପ୍ ନୃତ୍ୟରେ ଦୁଲୁକିଲା ପାରବା ମଞ୍ଚ
ଥୁଆମୂଳ ରାମପୁର,(ରଥ ଦୁରିଆ):କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ରେ ଥୁଆମୂଳ ରାମପୁର ବ୍ଲକର କୁନିକୁନି ଶିଶୁ କଳାକାର ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା ପ୍ରଦର୍ଶିତ ପାରମ୍ପରିକ ଢାପ୍ ନୃତ୍ୟରେ ଦୁଲୁକିଲା ମଞ୍ଚ। କଳାହାଣ୍ଡିର ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟ, ପରମ୍ପରା ଓ ସଂସ୍କୃତିକୁ ପ୍ରତିଷ୍ଠିତ କରି ଅଞ୍ଚଳର କଳାକାର ମାନଙ୍କୁ ଉତ୍ସାହିତ କରିବା ଏହି ମଞ୍ଚର ସମୂହ ଉଦ୍ଦେଶ୍ୟ।କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନନ୍ୟ କିନ୍ତୁ ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି।ଯାହାର ସୁରକ୍ଷା ପାଇଁ ସଚେତନତାର ଆବଶ୍ୟକତା ରହିଛି। ଉଦଯାପନୀ ସଂଧ୍ୟାରେ ଉତ୍ସବର “ପାରବା” ମଞ୍ଚରେ ଦୁଲୁକାଇଲେ ଥିଆମୂଳ ରାମପୁର ବ୍ଲକର ଧୁଲିଗୁଡ଼ା ଗ୍ରାମର କୁନିକୁନି ଶିଶୁ କଳାକାର। କଳାହାଣ୍ଡି ଉତ୍ସବର ଶେଷ ଦିନରେ ପାରମ୍ପରିକ ଆଦିବାସୀ ଢ଼ାପ୍ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲେ ଧୁଲିଗୁଡା ଗ୍ରାମର ବାବା ସାହେବ୍ ଶିଶୁ ସଂଘ। ଶିଶୁ ମାନଙ୍କୁ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ପ୍ରୋତ୍ସାହିତ କରାଯାଇଥିଲା ତଥା ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ସନ୍ତୋଷ ଦାସ, ସୁଦର୍ଶନ ନାଏକ ଓ ପ୍ରତିମା ସୁନାନୀ ସହଯୋଗ ପ୍ରଦାନ କରିଥିଲେ ।