ଘୁମୁସର ତାଲୁକା ରଜକ ସମାଜର ପଞ୍ଚମ ମହା ଅଧିବେଶନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ବେଲଗୁଣ୍ଠା ଠାରେ ଘୁମୁସର ତାଲୁକା ରଜକ ସମାଜର ପଞ୍ଚମ ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଡମ୍ବରୁଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହା ଅଧିବେଶନକୁ ସନ୍ତୋଷ କୁମାର ବେହେରା ଉଦ୍‌ଘାଟନ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସେଠୀ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ସେଠୀ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ରମେଶ୍ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ସମ୍ପାଦକ ପ୍ରସନ୍ନ କୁମାର ସେଠୀ ସମ୍ପାଦକୀୟ ପାଠ କରିଥିଲେ Iଏହି ଅବସରରେ ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ରଜକ ସମାଜର ନୂତନ କମିଟି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ନୂତନ କମିଟିର ସଭାପତି ଭାବେ ଡମ୍ବରୁଧର ସେଠୀ, ଉପସଭାପତି ଭାବେ ତରଣୀସେନ ସେଠୀ, ସମ୍ପାଦକ ଭାବେ ପ୍ରସନ୍ନ କୁମାର ସେଠୀ, ସହସମ୍ପାଦକ ଭାବେ ରାମଚନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ଭାବେ ଯୋଗେନ୍ଦ୍ର ସେଠୀ, ଅଡିଟର୍ ଭାବେ ଦୀନବନ୍ଧୁ ସେଠୀ, ଉପଦେଷ୍ଟା ଭାବେ ବିଦ୍ୟାଧର ସେଠୀ ଓ ରାମଚନ୍ଦ୍ର ସେଠୀ ଏବଂ ଦୁଇ ମହିଳା ସଭ୍ୟା ଭାବେ ରେଣୁବାଳା ସେଠୀ, ପିଙ୍କି ସେଠୀ ନିର୍ବାଚିତ ହୋଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ