ଘୁମୁସର ବନାଞ୍ଚଳରେ କେମେରାରେ ଧରା ପଡୁନି ବାଘ ତିନି ମାସରେ କୋଡିଏ ଗୋରୁ ଖାଇଲାଣି

ଭଞ୍ଜନଗର,(ସନ୍ତୋଷ ଜେନା):ଘୁମୁସର ବନାଞ୍ଚଳ ଉତ୍ତର ଓ ଦକ୍ଷିଣ ସପ୍ତାହ ବନାଅଞ୍ଚଳରେ ବାଘ ଆକ୍ରମଣରେ ବିଗତ ୩ ମାସ ମଧ୍ୟରେ ପ୍ରାୟ ୨୦ ଗାଈ ଗୋରୁକୁ ଖାଇ ମାରି ପକାଇଲାଣି ବନ ବିଭାଗ ଟ୍ରାପ କ୍ଯାମରାରେ ଧରାନପଡିବା ବନ ବିଭାଗର ମୁଣ୍ଡ ବ୍ୟଥା କାରଣ ସହ ଘୁମୁସର ଗୋପାଳ ଗୋପାଳିକା ଭୟଭୀତ | ସେମାନେ ନିଜ ଗାଈଗୋଠ କେଉଠି ରଖିବେ, ଗାଈ କୁହାଁର ସାଧାରଣ ଜଙ୍ଗଲ ତଳି ଅଞ୍ଚଳରେ ଗୌଡମାନେ ରଖିଥାନ୍ତି ଓ ବର୍ଷସାର ଖୋଲା ଆକାଶରେ ରଖିଥାନ୍ତି |ଘୁମୁସରୀ ଗୋପାଳ ସମିତି ଜିଲ୍ଲାପାଳ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପାଖକୁ ଗୁହାଳ ଓ ଖୋଲା ଖଳା ପାଇଁ ଦଉଡି ଦଉଡି ନୟାନ୍ତ ହେଲେଣି ସବୁ ଆଦେଶ କେବଳ କାଗଜ କଲମରେ ରହିଗଲା | ଵର୍ତ୍ତମାନ ବାଘ ଚଡକ ଆସିବା ଦ୍ଵାରା ଗୋପାଳକ ଦିନରାତି ଏକ କରି ଜଗୁଛନ୍ତି, ବିଶେଷକରି ବାଘ ରାତ୍ରରେ ଆକ୍ରମଣ କରିଥିବାରୁ ଗୋପାଳକ ନିଜଜୀବନକୁ ବାଜି ଲଗାଇ ସାରାପରିବାର ସହ ରାତ୍ରସାରI ବାଡି ଲଣ୍ଠଣ ଧରି ଉଜାଗର ରହି ଭଗବାନ ଭରସାରେ ନିଜ ଗାଈ ଗୋଠ ଜଗି ବସୁଅଛି | ଯାହା ସମଗ୍ର ଘୁମୁସର ଅଞ୍ଚଳ ପାଇଁ ଭୟଭୀତ ର କାରଣ ପାଲଟିଛି | ବାରମ୍ବାର ଅଭିଯୋଗ କଲେ ମଧ୍ୟ ବନ ବିଭାଗ ଅଧିକାରୀ ବିଳମ୍ବରେ ଶୁଣିବା, ହେଲ୍ପଲାଇନ ନମ୍ବର ନଲାଗିବା ଦ୍ଵାରା ଘୁମୁସରୀ ଗୋପାଳ ସମତିର ସଭ୍ୟମାନଙ୍କ ଆକ୍ରୋଶ ଦେଖିବାକୁ ମିଳିଛି I ଜଙ୍ଗଲରେ ଖାଦ୍ୟଅଭାବ, ବାସଅଭାବ , ଜଳ ଅଭାବ ସହ,ବିଭାଗୀୟ ସ୍କ୍ୱାଡ଼ ପଇଁତରା ଦୁର୍ବଳ କୁ ନେଇ ଘୁମୁସରୀ ଗୋପଳ ସମିତି ୩ ଜଣିଆ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ପIଣ୍ଡା ଗୌଡ ଓ ପାଣ୍ଡବ ଗୌଡ ଘୁମୁସର ଉତ୍ତର ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କୁ ଦାବୀ ପତ୍ର ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ