” ଘୁମୁସର ର ସ୍ୱର ” ପକ୍ଷରୁ ୧୧୧ ତମ ସାହିତ୍ୟ ଆଲୋଚନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ରେ ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ର ଗବେଷଣା ପ୍ରତିଷ୍ଠାନ ” ଘୁମୁସର ର ସ୍ୱର ” ପକ୍ଷରୁ ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ୧୧୧ ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ବାଲିପଦର ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ସଙ୍ଗଠନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବାଲିପଦର ଅଞ୍ଚଳର ସମାଜସେବୀ ତଥା ଶିଳ୍ପଦ୍ୟୋଗୀ ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବାଲିପଦର ପୋଲିସ୍ ଅଧିକାରୀ ଆଇଆଇସି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ, ଛବିଳ ବର୍ଣ୍ଣବୋଧ ପୁସ୍ତକ ଉତ୍ତର ପିଢ଼ି ଯେପରି ନିଶ୍ଚିତ ଭାବେ ପଢିବେ, ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡକ୍ଟର ବ୍ରଜ କିଶୋର ପାଢ଼ୀ, ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ଖଲି ପରିଡ଼ା, ରାଜ ଗୋପାଳ ନାୟକ, ଧୃବ ପାଣୀଗ୍ରାହୀ, ବୃନ୍ଦାବନ ମାହାନ୍ତି, ଇ.ନିଳାଞ୍ଚଳ ପାତ୍ର, ଜି.ଉମା ଶଙ୍କର ପାତ୍ର, ନିରଞ୍ଜନ ପାତ୍ର, ରମାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କେ.ରାଘବ ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ଛାତ୍ରୀବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ