ଘୋଡ଼ା ବଦଳାଏ ଭାଗ୍ୟ

ସଫଳତା କାହାକୁ ବା ଦରକାର ନାହିଁ । ଜୀବନର ଏହି ସଂଘର୍ଷ କେବଳ ସଫଳତା ପାଇଁ । ସଫଳତା ପାଇବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ସତେ ଯେମିତି ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇ ଆଗକୁ ବଢ଼ିବାକୁ ରେସ୍ରେ ଭାଗ ନେଉଛି । ସଫଳତା ପାଇଁ ଲୋକେ ବିଭିନ୍ନ ପ୍ରକାରର ବସ୍ତୁ ବି ଘରେ ରଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଘୋଡ଼ା ମୂର୍ତ୍ତି ଘରେ ରଖିଲେ ସଫଳତା ମିଳିଥାଏ । ଆସନ୍ତୁ ଜାଣିବା କେଉଁ ଦିଗରେ ଘୋଡ଼ା ରଖିଲେ ମିଳିବ ସଫଳତା ।
ଆପଣଙ୍କ କ୍ୟାରିୟର ଉନ୍ନତି ଚାହୁଁଛନ୍ତି ଯଦି ଘୋଡ଼ାର ମୂର୍ତ୍ତିକୁ ଘରେ ଦକ୍ଷିଣ ଦିଗରେ ରଖନ୍ତୁ । ଶୁଭ ଫଳ ପାଇବେ ।
ଅଫିସରେ କିମ୍ବା ବ୍ୟବସାୟରେ କ୍ଷତି ସହୁଥିଲେ ଘୋଡ଼ାର ଚିତ୍ର ରଖିପାରିବେ । ଅଫିସରେ ଘୋଡ଼ା ମୂର୍ତ୍ତି ରଖିବା ଭଲ ।
ପେଙ୍ଗସୁଇରେ ଘୋଡ଼ାକୁ ନିଆରା ଆଖ୍ୟା ଦିଆଯାଇଛି । ତେଣୁ ଲଗାମଲଗା ଘୋଡ଼ାର ମୂର୍ତ୍ତି ଘରେ ରଖନ୍ତୁ ନାହିଁ ।
ଘୋଡ଼ା ମୂର୍ତ୍ତି କେଉଁଠି ବା କେଉଁ ଦିଗରେ ରଖିବେ ଯଦି ଜାଣିପାରିନାହାନ୍ତି, ତେବେ ବ୍ୟସ୍ତ ହେବାର କିଛି ନାହିଁ । ଘୋଡ଼ାର ମୁହଁକୁ ଝରକା ବା କବାଟ ଆଡ଼କୁ କରି ରଖନ୍ତୁ ସଫଳତା ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ