ଚକା ପମ୍ପଚର ଅଛି କହି ଅଧା ବାଟରେ ପ୍ରବାସୀ ଶ୍ରମିକ ଙ୍କୁ ଛାଡି ଚାଲିଗଲା ବସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପଞ୍ଜାବ ଲୁଧିୟନାରୁ ରାୟଗଡା କାଶୀପୁରକୁ ୨୦ଜଣ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର କାଳିଙ୍ଗା ଜି. ଉଦୟଗିରି ମଝି ରାସ୍ତାରେ ଛାଡି ପଳାଇଛି। ଚକା ପମ୍ପଚର ଅଛି। ମରାମତି କରି ଆଣୁଛି କହି ଡ୍ରାଇଭର ଜଣକ ଛାଡି ଚାଲିଯାଇଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଖବରପାଇ ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ, ଆଇଆଇସି ନରେଶ କୁମାର ସାହୁ, ଏଏସଆଇ ସୁବାସ ପ୍ରଧାନ, କଳିଙ୍ଗା ସରପଞ୍ଚ ରେବିକା ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେ। ଶେଷରେ ଜିଲାପାଳଙ୍କ ପରାମର୍ଶକ୍ରମେ ବିଡିଓ ଅନ୍ୟ ଏକ ବସ୍‌ ଯୋଗେ ସେମାନଙ୍କୁ ମୁନିଗୁଡା ଅଭିମୁଖେ ପଠାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ