ମୃତୁ ପରେ ଚକ୍ଷୁଦାନ
(ଯୁଗାବ୍ଦ ନ୍ୟୁଜ) ମନୁଷ୍ୟ ଠାରୁ ଆରମ୍ଭ କରି ପଶୁପକ୍ଷୀ ନିଜର ଆଖି ଦ୍ୱାରା ଦୁନିଆ ଦେଖନ୍ତି । ଇଶ୍ୱରଙ୍କ ସୃଷ୍ଟି ରେ ନେତ୍ର ହେଉଛି ଏକ ଅମୁଲ୍ୟ ସମ୍ପଦ । ଚକ୍ଷୁ ଦାନ ମହା ପୁଣ୍ୟ ବାର୍ତ୍ତା ନେଇ ବିଶିଷ୍ଟ ମହୀୟସି ମହିଳା ୟେତ୍ରୀରାଜମ ଦମୟନ୍ତି ମୃତ୍ୟୁର ବରଣ କରିବା ପରେ ତାଙ୍କର ଆଖି ଦୁଇଟି କୁ ଦାନ କରିଛନ୍ତି ତାଙ୍କ ପରିବାର ସଦସ୍ୟ । ସୂଚନା ଅନୁ ଯାଇ ଦମୟନ୍ତି ୮୫ ବର୍ଷ ବୟସରେ କୁକୁଡାଖଣ୍ଡି ଗ୍ରାମରେ ମୃତ୍ୟୁ ବରଣ କରିଥିଲେ । ପରେ ପରିବାର ତରଫରୁ ବ୍ରହ୍ମପୁର ମେଡିକାଲର ଚଖୁ ବିଭାଗକୁ ସୂଚନା ଦେଇଥିଲେ ପରେ ଉକ୍ତ ବିଭାଗର ବରିଷ୍ଠ ଡାକ୍ତର ଏ.ସି ରଘୁ ଓ ମୋହିତ ଶର୍ମା ସୂଚାରୂପେ ଅସ୍ତ୍ରପଚାର କରି ତାଙ୍କ ଦୁଇଟି ଆଖିର କୋରନିଆକୁ ବାହାର କରିଥିଲେ । ଏହି କୋରନିଆ ଅନ୍ୟ ଜଣେ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କ ଠାରେ ରୋପଣ କରାଯିବ ବୋଲି ଡାକ୍ତର ଖାନା ରୁ ସୂଚନା ମିଳିଛି, ଏଭଳି କାର୍ଯ୍ୟ ପାଇଁ ତାଙ୍କ ପରିବାରକୁ ଏନେଇ ସାଧାରଣନରେ ପ୍ରସଶଂସା ମିଳିଛି । ଏହା ଦ୍ୱାରା ଜଣେ ଅନ୍ଧ ଲୋକ ଚକ୍ଷୁଦାନ ପାଇପାରିବ ବୋଲି ପରିବାର ଲୋକ ଆଶା ରଖିଛନ୍ତି ।