ଚକ୍ଷୁ ଚିକିତ୍ସା ଶିବିରକୁ ଉଦଘାଟନ କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଜାନୁଆରୀ ୦୯ ତାରିଖ ଦିନ ଏକ ଚକ୍ଷୁ ଚିକିତ୍ସା ଶିବିର ସମାଜସେବୀ ସୂର୍ଯ୍ୟ ନାରାୟଣ ପରିଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଚକ୍ଷୁ ଚିକିତ୍ସା ଶିବିରକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଅତିଥି ଭାବେ ସରପଞ୍ଚ ବିଜୁଳି ଜେନା ଯୋଗଦେଇଥିଲେ । ସାଇଟସେଭର ଇଣ୍ଟରନେସନାଲ ଏଣ୍ଡ ଫୁଲ୍ଲେର୍ଟନ ଇଣ୍ଡିଆ ସହଭାଗିତାରେ ସମରଝୋଳର ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ନଳିନୀ କାନ୍ତ ରାଉତ ଙ୍କ ନେତୃତ୍ୱରେ ସଂଯୋଜକ ଚିତ୍ରସେନ ଗୌଡ଼, ମୁଖ୍ୟ ଚକ୍ଷୁ ପରିକ୍ଷକ ସୁନୀଲ ମହାନ୍ତି ଓ ଭାଗ୍ୟଳତା ଗୌଡ଼, ସାଗର ମହାନ୍ତି, ପ୍ରିୟଦର୍ଶନୀ, ଶିବା, ଏନ କ୍ରିଷ୍ଣା ରାଓ ଏହି ଶିବିରରେ ୧୨୧ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ୭୮ ଜଣ ରୋଗୀଙ୍କ ଚକ୍ଷୁ ଅପରେସନ କରିବା ପାଇଁ ମନୋନୀତ କରାଯାଇଥିଲା । ଶଙ୍କର ଚକ୍ଷୁ ଚିକିତ୍ସାଲୟରେ ୭୭ ଜଣଙ୍କ ମାଗଣା ଅସ୍ତ୍ରୋପଚାର ହେବା ସହ କେବଳ ଜଣେ ନିଜ ଖର୍ଚ୍ଚରେ ଚିକିତ୍ସା ହେବେ ବୋଲି ଶିବିର ପରିଚାଳକ ଶ୍ରୀ ରାଉତ ପ୍ରକାଶ କରିଥିଲେ। ଶିବିର ପରିଚାଳନାରେ ବିଷ୍ଣୁଚକ୍ର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଳ, ସନ୍ତୋଷ ଘଡେଇ, ନାରାୟଣ ମହାନ୍ତି, ମନୋଜ ପରିଡା, କାଳିଆ ପରିଡା, ଭଗବାନ ପରିଡା, ସନ୍ତୋଷ ସ୍ବାଇଁ, ସୁଦର୍ଶନ ପୋଲାଇ, ଗଣେଶ ପାତ୍ର, ରବୀନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ