ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପାଙ୍ଗିଡି ଗ୍ରାମରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ଓ ପାଙ୍ଗିଡି ଗ୍ରାମ ପଞ୍ଚାୟତର ମିଳିତ ଆନୁକୁଲ୍ଯରେ ଏକ ମାଗଣା ଚକ୍ଷୁ ଚିିକିତ୍ସା ଶିବିର ଏପ୍ରିଲ ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଚକ୍ଷୁ ଚିକିତ୍ସା ଶିବିରକୁ ମାନ୍ଯବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ଚକ୍ଷୁ ପରୀକ୍ଷା କରିବା ପାଇଁ ଉତ୍ସାହିତ କରିଥିଲେ। ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ସ୍ଥାନୀୟ ସରପଞ୍ଚ ଭାଗ୍ଯଲତା ବିଷୋୟୀ, ସମିତି ସଭ୍ୟା ସଶ୍ମିତା କୁମାରୀ ଆପଟ, ନାଏବ ସରପଞ୍ଚ ବଡ଼ ଝିଅ ବିଷୋୟୀ, ସମାଜସେବୀ କେ.ନୀଳମାଧବ ଆଚାରୀ, ପୂର୍ବତନ ସରପଞ୍ଚ ସୁଶାନ୍ତ ଆପଟ, ଶରତ ଚନ୍ଦ୍ର ସେଠୀ, ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ଦେବରାଜ ସ୍ବାଇଁ, ମାଧବ ଜେନା, ମିଟୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ଚକ୍ଷୁ ଚିକିତ୍ସା ଶିବିରରେ ୪୨ ଜଣଙ୍କ ନାମ ପଞ୍ଜିକରଣ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ପରଳ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ମାଗଣା ଚିକିତ୍ସା ନିମନ୍ତେ ନୟାଗଡ଼ ସ୍ଥିତ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ