ଚଣ୍ଡିବଜାର ଆଚାର୍ଯ୍ୟ ଭବନରେ ଝୁଲଣ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଞ୍ଚାୟତର ଚଣ୍ଡିବଜାରସ୍ଥିତ ଶ୍ରୀନାମାଚାର୍ଯ୍ୟ ବାୟାବାବାଙ୍କ ଚରଣାଶ୍ରିତ ଆଦିକନ୍ଦ ଆଚାର୍ଯ୍ୟଙ୍କର କନିଷ୍ଠ ପୁତ୍ର ଗୈାରାଙ୍ଗ ଆଚାର୍ଯ୍ୟଙ୍କ ଦ୍ୱାରା ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ଏକାଦଶୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଭଜନ, କୀର୍ତ୍ତନ ସହ ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କେନ୍ଦ୍ରାପଡା ସହରର ନୃସିଂହ ଟିକିରିମଠର ମହନ୍ତ ମହାରାଜ ହୃଷିକେଶ ଦାସ ବାବାଜୀ ଯୋଗଦେଇଥିଲେ । ଏଥିସହିତ ପାଶ୍ୱର୍ବର୍ତ୍ତୀ ବଣହରା ଗ୍ରାମର ପ୍ରଦୀପ ରଞ୍ଜନ ମିଶ୍ର, ଅଜୟ ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଭଜନକୀର୍ତ୍ତନ ପରିବେଷଣ କରାଯାଇଥିଲା ।