ଚତୁର୍ଥ ଟି-୨୦,ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ
ୱେଲିଂଟନ:- ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ ପାଇଁ ଦୁଇ ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ଦଳର ନିୟମିତ ଅଧିନାୟକ କେନ୍ ୱିଲିୟମସନ ବିଶ୍ରାମ ନେବା ସହିତ ଟିମ୍ ସାଉଦିଙ୍କୁ ଅଧିନାୟକ ହେବାର ଦାୟିତ୍ୱ ଦେଇଛନ୍ତି । ସେହିପରି ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସଞ୍ଜୁ ସାମସନ, ୱାସିଂଟନ ସୁନ୍ଦର ଓ ନବଦୀପ ସୈନୀଙ୍କୁ ସୁଯୋଗ ଦିଆଯାଇଛି । ମିଳିଥିବା ସୂଚନାଅନୁସାରେ ଟିମ୍ ଇଣ୍ଡିଆ ଘରୋଇ ଦଳ ପାଇଁ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍ ବିନିମୟରେ ୧୬୫ ରନ୍ କରିବାରେ ସକ୍ଷମ ହୋଇଛି। ମଧ୍ୟକ୍ରମରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ଏବଂ କେ.ଏଲ. ରାହୁଲଙ୍କ ଧୂଆଁଧାର ୩୯ ରନ ବଳରେ ଏହି ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି । ସୂଚନାଥାଉକି ଲଗାତାର ତିନୋଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଆଗୁଆ ସିରିଜ କବଜା କରିସାରିଛି ।


