ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଉଦ୍‌ଘାଟିତ

ପୋଲସରା – ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ଓ ପାଣ୍ଡିରିପଡା ଗ୍ରାମ ଦ୍ୱୟର ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ନୂତନ କୁଳ ଗୃହ ଶୁକ୍ରବାର ଦିନ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦୟଘାଟିତ ହୋଇଯାଇଛି । ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଖୋଳ ତାଳ ବଜାଇ ପାଛୋଟି ନେଇଥିଲେ । ଏହି ଉଦ୍‌ଘାଟନୀ କାର‌୍ୟ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦି, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁଇ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ କାଳିଞ୍ଜି ସମାଜର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ